Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ:ବାରବାଟୀରେ ଖେଳିବା ପାଇଁ ମୋହର ମାରିଲା ବିସିସିଆଇ

by ସଞ୍ଜୟ ସ୍ୱାଇଁ
September 20, 2021
in Sports, State
ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ:ବାରବାଟୀରେ ଖେଳିବା ପାଇଁ ମୋହର ମାରିଲା ବିସିସିଆଇ
100
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡ଼ିଶା କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବଡ଼ ଖବର । ଫେବୃଆରୀ ୧୫ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଣ୍ଡିଜ୍ ଟି-୨୦ ଧମକା ମ୍ୟାଚ୍ । ଏନେଇ ବିସିସିଆଇ କଟକ ବାରବାଟୀ ଷ୍ଟାଡିୟମ୍ ଉପରେ ମୋହର ମାରିଛି । ଦୁଇ ବର୍ଷରୁ ଅଧିକ ସମୟ ପରେ ବାରବାଟୀରେ ଆସନ୍ତା ବର୍ଷ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ବାଜିଛି। ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇଛି। ବିସିସିଆଇ ଏହି ଖେଳସୂଚୀ ଆନୁଷ୍ଠାନିକ ଭାବେ ଜାରି କରିଛି । ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରି ୪ଟି ପ୍ରତିଯୋଗୀ ଦେଶ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ଅନୁମୋଦନ ପାଇଁ ପଠାଇ ଦେଇଛି। ସମସ୍ତ ବୋର୍ଡ ଏହି ଖେଳସୂଚୀକୁ ଅନୁମୋଦନ କରିବା ପରେ ବିଧିବଦ୍ଧ ଭାବେ ବିସିସିଆଇ ସୋମବାର ଘୋଷଣା କରିଛି। ଖେଳସୂଚୀ ଅନୁମୋଦନ ପରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର । କାରଣ ଦୁଇ ବର୍ଷ ପରେ ବାରବାରଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଶେଷଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜକୁ ଦିନିକିଆ ମ୍ୟାଚ୍ରେ ଭାରତ ପରାସ୍ତ କରିଥିଲା। ପୁଣି ବାରବାଟୀରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ହେବ। ୨୦୨୨ ଆଇପିଏଲ୍ ପାଇଁ ବିସିସିଆଇ କଟକର ବାରବାଟୀ ଷ୍ଟାଡିୟମ୍ କୁ ଅନ୍ୟତମ ଆୟୋଜକ ସହର ଭାବେ ତାଲିକାରେ ରଖିଛି। ଓ୍ଵେଷ୍ଟଇଣ୍ଡି ଭାରତ ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଦିନିକିଆ ମ୍ୟାଚ୍ ସହ ଇଣ୍ଡିଜର ଭାରତ ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନିକିଆ ଆସନ୍ତା ବର୍ଷ ଫେବୃଆରୀ ୬ରେ ଅହମ୍ମଦାବାଦରେ, ଦ୍ଵିତୀୟ ଦିନିକିଆ ଫେବୃଆରୀ ୯ରେ ଜୟପୁର ଏବଂ ତୃତୀୟ ଦିନିକିଆ ଫେବୃଆରୀ ଫେବୃଆରୀ ୧୨ରେ କୋଲକାତାରେ ଖେଳାଯିବ। ଏହା ପରେ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ। ଫେବୃଆରୀ ୧୫ରେ କଟକରେ ପ୍ରଥମ ଟି-୨୦, ଫେବୃଆରୀ ୧୮ରେ ଭାଇଜାଗରେ ଦ୍ଵିତୀୟ ଟି-୨୦ ଏବଂ ଶେଷ ଟି-୨୦ ମୁକାବିଲା ତ୍ରିଭନନ୍ଦ୍ରମରେ ଫେବୃଆରୀ ୨୦ ତାରିଖ ଖେଳାଯିବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!