Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ

by ସଞ୍ଜୟ ସ୍ୱାଇଁ
September 20, 2021
in State
ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ
257
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ମଣିଷ-ପଶୁର ସମ୍ପର୍କ ବହୁତ ନୀବିଡ । ଏ ପବିତ୍ର ସମ୍ପର୍କର ଅନେକ ଉଦାହରଣ ଆମେ ଦେଖିଛୁ । ପୂର୍ବରୁ ଆମେ ଦେଖିଆସିଛେ କିଭଳି ମଣିଷ ପାଇଁ ପଶୁଟିଏ ଜୀବନ ଦେଇଛି । ହେଲେ ଏଠି କିନ୍ତୁ ଚିତ୍ର ଅଲଗା । କାରଣ ଏଠି ଗୋଟିଏ ପଶୁର ମୃତ୍ୟୁ ପରେ ଗୋଟିଏ ଦୋକାନୀ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ତାର ମଣିତ ଭଳି କ୍ରିୟା କର୍ମ ବି ହୋଇଛି । ସାଧାରଣ ମଣିଷ ଟିଏ ଚାଲିଗଲେ ଯେଉଁପରି ଭାବେ ଦଶ, ଦ୍ୱାଦଶ କର୍ମାଦି ହୋଇଥାଏ । ଠିକ୍ ସେହିଭଳି ଏଠି ପଶୁର ବି ହୋଇଛି ଦଶାହ କର୍ମ । ଲୋକେ ଶୁଦ୍ଧି ହୋଇଛନ୍ତି, ଖାଇବା ପିଇବା ମଧ୍ୟ ଚାଲିଛି । କେବଳ ଚମ୍ପି ପାଇଁ ଏସବୁ ଚାଲିଛି । ସେହି ଚମ୍ପି ହେଉଛି ପୋଷା କୁକୁର । ୨୦୦୬ ରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ଛକ ନିକଟରୁ ଚମ୍ପିକୁ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଦୋକାନି । ଆଉ ତା ପରେ ହୋଇଥିଲା ନାମକରଣ , କିଏ ଚମ୍ପି ଡାକୁଥିଲା ତ କିଏ ଡାକୁଥିଲା ଝୁମୁରି । ଚମ୍ପି ରାତି ଦିନ ଏହି ଦୋକାନ ଗୁଡିକ ନିକଟରେ ରହୁଥିଲା । କେବେ କେଉଁଆଡେ ଯାଉନଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ଗଣେଶ ପୂଜା ଦିନ ମୃତ୍ୟୁବରଣ କରିଥିଲା ଚମ୍ପି । ଚମ୍ପିକୁ ଝିଅ ଭଳି ଆଦର କରୁଥିବାରୁ ସ୍ଥାନୀୟ ଦୋକାନୀ ମାନେ ମନସ୍ଥ କରିଥିଲେ ଯେ ଚମ୍ପିର କ୍ରିୟା କର୍ମ କରିବେ । ଯଥା ରୀତି ନୀତି ଚମ୍ପି ର ଶବ ସତ୍କାର କରିବା ପରେ ସାଧାରଣ ଲୋକଙ୍କ ଭଳି କ୍ରିୟା ସହ ମାଲ ଆଟିକା ମଧ୍ୟ ଯାଇଛି । ଆଉ ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀ ଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ ହୋଇଛି । ଦୋକାନୀ କର୍ମ ଅନୁଯାୟୀ ଲଣ୍ଡା ହୋଇଛନ୍ତି ଓ ଶୁଦ୍ଧି ମଧ୍ୟ ହୋଇଛନ୍ତି । ଏପରିକି ଲୋକ ଆସି ଚମ୍ପିର ଫଟୋରେ ପୁଷ୍ପ ଦେଇ ଚମ୍ପି ଆତ୍ମାର ସଦଗତି କାମନା କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!