ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରାଜପଥ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ୧୨୫୦ କିଲୋଗ୍ରାମ୍ର ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗଜପତି ରାୟଗଡ଼ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଯାଉଥିବା ଏକ ଟ୍ରକ୍ରୁ ଏହି ଗଞ୍ଜେଇ ସବୁ ଜବତ ହୋଇଛି। ଗଜପତି ରାୟଗଡ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଏକ ଟ୍ରକ୍ ଓ କାର୍ରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ ହେଉଥିଲା। ଖବର ପାଇ ଜାତୀୟ ରାଜପଥରେ ବ୍ରହ୍ମପୁର ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ସମୟରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରାଜପଥ ନିକଟରୁ ଅବକାରୀ ବିଭାଗ ଏହି ଗଞ୍ଜେଇ ସବୁ ଜବତ କରିଛି। ପ୍ରାୟ ୧୨୫୦ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏହା ସହ ଟ୍ରକ୍ ଓ କାର୍ ଜବତ କରିଛି ଅବକାରୀ ବିଭାଗ।






