Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଚାଛପାରେ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ୍, ୩ ଘଣ୍ଟାରେ ପଚରା ଗଲା ୬୦ରୁ ଅଧିକ ପ୍ରଶ୍ନ

by ସଞ୍ଜୟ ସ୍ୱାଇଁ
September 19, 2021
in Crime, State
ଲୁଚାଛପାରେ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ୍, ୩ ଘଣ୍ଟାରେ ପଚରା ଗଲା ୬୦ରୁ ଅଧିକ ପ୍ରଶ୍ନ
35
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଉ ପାଦେ ଆଗେଇଛି କ୍ରାଇମ୍‌ବ୍ରାଞ୍ଚ । ଏହି ଘଟଣାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ । ତା’ପୁଣି ଲୁଚାଛପାରେ । କାଳେ ଗଣମାଧ୍ୟମ ପ୍ରତିନିଧି ଜାଣିଯିବେ, ସେଥିପାଇଁ ଏମିତି କରିଛି କ୍ରାଇମ୍‌ବ୍ରାଞ୍ଚ । ଭୁବନେଶ୍ୱର ରସୁଲଗଡ଼ରେ ଥିବା ଫୋରେନ୍‌ସିକ୍‌ ଲ୍ୟାବରେ ଏହି ଟେଷ୍ଟ୍‌ କରାଯାଇଛି । ପ୍ରାୟ ୩ ଘଣ୍ଟାକାଳ ପରୀକ୍ଷାରେ ତାଙ୍କୁ ୬୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ଏଥି ସହ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ଜଣାପଡିଛି । ପୋଡ଼ି ହୋଇ ଗୁରୁତର ସୌମ୍ୟଙ୍କ ଜୁଲାଇ ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପ୍ରଥମେ ପୁଲିସ୍‌ ଡିଏଫ୍‌ଓ ସଂଗ୍ରାମ, ପତ୍ନୀ ବିଦ୍ୟାଭାରତୀ, ରୋଷେୟା ଓ ଅନ୍ୟମାନଙ୍କୁ ଜେରା କରିଥିଲା । ହେଲେ ଅଳ୍ପ କିଛି ଦିନ ମଧ୍ୟରେ ପୁଲିସ୍‌ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା । ସୌମ୍ୟଙ୍କ ଘର ଲୋକ ପୁଲିସ୍‌ର ତଦନ୍ତରେ ସନ୍ତୁଷ୍ଟ ନଥିଲେ । ସେଥିପାଇଁ କ୍ରାଇମ୍‌ବ୍ରାଞ୍ଚ ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଥିଲା । କ୍ରାଇମ୍‌ବ୍ରାଞ୍ଚ ଜେରା ସମୟରେ ଡିଏଫ୍‌ଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ କଥାରେ କୌଣସି ସାମଞ୍ଜସ୍ୟ ନଥିଲା । ଏହାରି ଭିତରେ ରାତି ଜଗୁଆଳିଙ୍କ ବିସ୍ଫୋରକ ବୟାନ ପୂରା ଘଟଣାକୁ ଓଲଟ ପାଲଟ କରି ଦେଇଥିଲା । ରାତି ଜଗୁଆଳି କହିଥିଲେ, ସେ ଡିଏଫ୍‌ଓଙ୍କୁ ବିଦ୍ୟାଭାରତୀଙ୍କ ଘରକୁ ରାତିରେ ଯିବା ଦେଖିଥିଲେ । ଏହାପରେ କ୍ରାଇମ୍‌ବ୍ରାଞ୍ଚ ଅଧିକ ସକ୍ରିୟ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁରେ ଯେଉଁମାନଙ୍କ ଲିଙ୍କ୍‌ ରହିଛି ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିଥିଲା । ଅନୁମତି ମିଳିବା ପରେ ଶନିବାର ଦିନ ପ୍ରଥମ ଦିନରେ ଡିଏଫ୍‌ଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଥିଲା । ଶନିବାର ପୂର୍ବାହ୍ନରେ ୨ଜଣଙ୍କୁ ଆଣି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା । ଡିଏଫ୍‌ଓ ସଂଗ୍ରାମ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ଉତ୍ତର ଓ ଆଜିର କଥାରେ ତାଳମେଳ ନଥିଲା ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପ୍ରକାଶ ଥାଉ କି, ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ଜଣାଇଥିଲେ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇ ପାରଳାଖେମୁଣ୍ଡି ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କ ପ୍ରଥମେ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା । ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!