ନୀଳଗିରି, (ବାଘୁଆବାର୍ତ୍ତା): ନୀଳଗିରି ଅଂଚଳରେ ହରିୟାଣା ର କ୍ରାଇମବ୍ରାଞ୍ଚ ଟିମ। ନୀଳଗିରି ଥାନା ଭିମେଇ ଅଞ୍ଚଳର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ଆସି ଗହଣା ଚୋରି ଘଟଣାର ତନାଘନା କରୁଥିବା ଜଣାପଡିଛି। ଭିମେଇ ଅଞ୍ଚଳର ଘନଶ୍ୟାମ ମଲ୍ଲିକଙ୍କ ପୁଅ କାଶୀନାଥ ହରିୟାଣା ଗୁରଗ୍ରାମର ଶୁଭ୍ରାଂଶୁରାଜ ଗୋୟେଲ ଙ୍କ ଘରେ ଥିବା ବେଳେ ତାଙ୍କ ଘରୁ ୩୦ ଲକ୍ଷ ଟଙ୍କା ଗହଣା ଅତି ଚତୁରତାର ସହ ଚୋରି କରି ପଳାଇ ଆସିଥିଲା।ଏନେଇ ସେଠାରେ ଏକ ମାମଲା ରୁଜୁହେବାପରେ ଘଟଣା କୁ ପରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା। ଆଜି ଏହି ଅଞ୍ଚଳକୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ଆସି ତନାଘନା କରୁଥିବା ବେଳେ ଅଭିଯୁକ୍ତ କାଶୀନାଥ କୁ ଗିରଫ କରି ନୀଳଗିରି ଥାନାରେ ଜିମାଦେଇ ତଦନ୍ତ କରୁଛି। ଖୁବଶୀଘ୍ର ଚୋରି ଗହଣା ଜବତ ହେବ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ଟିମ।






