ସଇଁନ୍ତଲା, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ବ୍ଲକ ଶିକ୍ଷା ଅଧିକାର ଙ୍କ କାର୍ୟ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଘଟଣାରୁ ଜଣା ପଡ଼ିଛି ଯେ ସଇଁନ୍ତଲା ବ୍ଲକ ସିଶକେଲା ଗ୍ରାମ ପଂଚାୟତ ସିଂ ବାହାଲି ଅନ୍ତଗତ ଭୁଏର ପଡା ଗ୍ରାମ ର ସସ୍ମିତା ତାଣ୍ଡି(୩୦) ସିଂ ବାହାଲି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରନ୍ତି । ଆଜି ନିଜର ସ୍ୱାମୀ ଗୋବିନ୍ଦ ବାଗଙ୍କ ସାଙ୍ଗରେ ସଇଁନ୍ତଲା ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ସେଠାରେ ଘର ଋଣ ବାବଦକୁ ୨ ଲକ୍ଷ ଟଙ୍କା କାଢ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ କିଛି କାମ ପାଇଁ ଯାଇ ଥିବା ବେଳେ ଶିକ୍ଷୟିତ୍ରୀ ଜଣକ କାର୍ୟ୍ୟାଳୟକୁ ଯାଉଥିବା ସମୟ ରେ ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ଆସି ଟଙ୍କା ଥିବା ବେଗକୁ ଛଡାଇ ନେଇ ଯାଇଥିଲେ । ପରେ ଶିକ୍ଷୟତ୍ରୀ ଜଣକ ଚିତ୍କାର କରିବାରୁ ଲୋକମାନେ ଆସି ଥିଲେ । ପରେ ଖବର ପାଇଁ ସଇଁନ୍ତଲା ପୋଲିସ ପହଁଚି ଘଟଣାର ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରୁଛି ।






