Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି

by ସଞ୍ଜୟ ସ୍ୱାଇଁ
September 18, 2021
in Crime, State
୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି
16
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହନିଟ୍ରାପ କରୁଥିବା ମହିଳା ଜଣଙ୍କ କିଏ? ସେ ଭାରତର ନା ପାକିସ୍ତାନର। ଅଭିଯୁକ୍ତମାନଙ୍କ ସହ ତାଙ୍କର କେବେ ଯୋଗାଯୋଗ ହେଲା? ଅଭିଯୁକ୍ତମାନେ ତଥ୍ୟ ଦେଇ କେତେ ଟଙ୍କା ପାଉଥିଲେ ଓ ସେମାନଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି? ଅଭିଯୁକ୍ତମାନେ କେଉଁ କେଉଁ ତଥ୍ୟ ଦେଇଛନ୍ତି? ଭିଡିଓ ଗ୍ରାଫି, ଫଟୋ ଓ ଡକ୍ୟୁମେଣ୍ଟ ଆକାରରେ କିଛି ତଥ୍ୟ ଦେଇଛନ୍ତି କି? ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି? ଅଭିଯୁକ୍ତ କାହାକୁ ଫୋନ୍ କରୁଥିଲେ? ଏପରି ଏକାଧିକ ପ୍ରଶ୍ନ ନେଇ ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଗିରଫ ୫ ଜଣଙ୍କୁ ଜେରା କରିବାକୁ ପ୍ରସ୍ତୁତ ହୋଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଧ୍ୟ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସଡିଜେଏମ କୋର୍ଟ। ସେମାନଙ୍କୁ କଟକରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡିଆରଡିଓରୁ ସେମାନେ କେଉଁ ତଥ୍ୟ କିଭଳି ଏବଂ କାହାକୁ ଲିକ୍ କରୁଥିଲେ, ସେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ଟିମ୍। ସେହିଭଳି ଅଭିଯୁକ୍ତମାନେ ଆର୍ଥିକ ଦୃଷ୍ଟିରୁ କେତେ ଫାଇଦା ନେଇଛନ୍ତି ଏବଂ ଏମାନଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେ ସମ୍ପର୍କରେ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ୍ ଏଡିଜି ଆହୁରି କହିଛନ୍ତି, ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି? ଅଭିଯୁକ୍ତ କାହାକୁ ଫୋନ୍ କରୁଥିଲେ? ସେମାନଙ୍କ ପାଖକୁ ଅନ୍ତର୍ଜାତୀୟ ରାଜ୍ୟରୁ ଫୋନ୍ ଆସୁଥିଲା କି? ହନିଟ୍ରାପ କରୁଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କେମିତି ଆସିଲେ? ହନିଟ୍ରାପ ମହିଳା ଜଣଙ୍କର ବିଦେଶୀ ସଂସ୍ଥା ସହ ଲିକ୍ ଅଛି କି? ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ କାମ କରୁଥିଲେ କି ? ଏନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନ ପଚାରିବ। ଏହି ମାମଲାର NIA ନୁହେଁ, ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ NIA ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ଡିଆରଡିଓରୁ ସୂଚନା ଲିକ୍ କରିଥିବା ଅଭିଯୋଗରେ ପୁଲିସ ଏସି ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ ଗେଟକିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର ଓରଫ ଛତାଙ୍କୁ ଗିରଫ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!