ଧର୍ମଗଡ଼, (ବାଘୁଆବାର୍ତ୍ତା): ବିଦ୍ୟୁତ୍ ଖୁଣ୍ଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭଏଁରୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଜରାଜ ନାଏକ । ତାଙ୍କୁ ୪୦ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗଜରାଜଙ୍କ ମୃତଦେହ ବିଦ୍ୟୁତ୍ ଖୁଣ୍ଟ ଉପରେ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଦୀର୍ଘ ୨ ଘଣ୍ଟା ଚେଷ୍ଟା କରିବା ପରେ ଜୟରାମଙ୍କ ମୃତଦେହକୁ ବିଦ୍ୟୁତଖୁଣ୍ଟରୁ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କଲମପୁର ଡାକ୍ତରଖାନାକୁ ପଠାଯାଇଛି। ଜୟରାମ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଜୟରାମ ରାଜ ମିସ୍ତ୍ରୀ ଭାବେ କାମ କରୁଥିଲେ। ଜୟରାମ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି।






