Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀର୍ଘବର୍ଷ ଦୈହିକ ସମ୍ପର୍କ ରଖି ବିବାହ କରିବାକୁ ମନା କରିବାରୁ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲା ପ୍ରେମିକା

by ସଞ୍ଜୟ ସ୍ୱାଇଁ
September 17, 2021
in Crime, State
ଦୀର୍ଘବର୍ଷ ଦୈହିକ ସମ୍ପର୍କ ରଖି ବିବାହ କରିବାକୁ ମନା କରିବାରୁ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲା ପ୍ରେମିକା
158
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ପ୍ରେମ ନାଁରେ ଦୀର୍ଘବର୍ଷ ଦୈହିକ ସମ୍ପର୍କ ରଖିବାପରେ ଜଣେ ଯୁବକ ବିବାହ କରିବାକୁ ମନା କରିବାରୁ ପ୍ରେମିକା ଜଣକ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକାଙ୍କ ଏଭଳି କାଣ୍ଡ ଦେଖି ଉକ୍ତ ପ୍ରେମିକ କୁଣ୍ଢେଇଗୋଳା ଥାନା ଜରାଛାଟ ଗାଁର ରାଜୁ ଓରଫ୍‌ ରାଜେନ୍ଦ୍ର ସାହୁ ନିଜ ଘରେ ତାଲା ପକେଇ ବିଧବା ମାଆ ମେଘି ସାହୁଙ୍କୁ ସାଙ୍ଗରେ ନେଇ ଗାଁରୁ ଫେରାର୍‌ ମାରିଥିବା ଜଣାପଡିଛି । ଗାଁଲୋକଙ୍କ ଠାରୁ ଖବରପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ଧାରଣରତ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଉକ୍ତ ଯୁବତୀ ଜଣକ ନିଜ ପ୍ରେମିକ ଓ ତାଙ୍କ ମାଆଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ରିଆମାଳ ବ୍ଲକ ଅନ୍ତର୍ଗତ ପରା ପଞ୍ଚାୟତ ଜରାଛାଟ ଗାଁର ସ୍ୱର୍ଗଳ ଈନ୍ଦ୍ରମଣୀ ସାହୁଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର । ଗତ ୬ ବର୍ଷ ତଳେ ହାଇସ୍କୁଲରେ ପଢୁଥିବା ବୁଢାପାଳ ପୁଲିସ୍‌ ବିଟ୍‌ ଅଞ୍ଚଳର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ରାଜେନ୍ଦ୍ର ମ୍ୟାଟ୍ରିକ୍‌ ପରେ ନିକଟ ପରା ଗାଁର ଜଣେ ଠିକାଦାରଙ୍କ ପାଖରେ ରହି ମୁନସି କାମ କରୁଥିବା ବେଳେ କଲେଜ ପଢିବାକୁ ଯାଉଥିବା ଉକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିଥିଲା । ତେବେ ଏହା ଭିତରେ ଉକ୍ତ ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ ଧରିଥିଲେ । ଫଳରେ ଏହାକୁ ନେଇ ଉଚ୍ଚବାଚ ହେବାସହ ରାଜେନ୍ଦ୍ର ସାହୁ କୁଆଡେ ଗତ ୧୨ ତାରିଖ ତାଙ୍କୁ ବିବାହ କରିବାକୁ ରୋକଠୋକ୍‌ ମନା କରିଥିଲେ । ତେବେ ଏକଥା ଜାଣିବା ପରେ ଯୁବତୀ ଜଣକ ଛେଣ୍ଡିପଦା ନିଜ ବିବାହିତା ଝିଅଘରେ ରହୁଥିବା ରାଜେନ୍ଦ୍ରଙ୍କ ମାଆଙ୍କୁ ଖବର ଦେଇଥିବା ବେଳେ ସେ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ରାଜେନ୍ଦ୍ରଙ୍କ ମାଆ ମେଘି ଆଜି ସୁଦଶା ବ୍ରତ ପାଳନ ପାଇଁ ନିଜ ଗାଁକୁ ଆସିଥିବାର ଖବରପାଇ ଯୁବତୀ ଜଣକ ନିଜ ଭାଇଙ୍କ ସହ ଏକ ବାଇକ୍‌ ଯୋଗେ ପ୍ରେମିକ ଘରକୁ ପହଞ୍ଚିଥିଲେ। ତେବେ ରାଜେନ୍ଦ୍ର ଓ ମାଆ ମେଘି ତାଙ୍କୁ ଗାଳିଗୁଲଜ କରିବାସହ ଧକ୍କାମାରି ଘରୁ ବାହାର କରିଦେଇଥିଲେ । ଯୁବତୀ ଜଣକ ସମାଧାନ ପାଇଁ ଗାଁଲୋକଙ୍କୁ ସମସ୍ତ ଘଟଣା ବଖାଣିବାସହ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଉକ୍ତ ମା-ପୁଅ ଲୋକଲଜ୍ଜ୍ୟାରୁ ଘରେ ତାଲା ଲଗାଇ ଗାଁରୁ ଫେରାର୍‌ ମାରିଥିବା ବେଳେ ପୁଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଥାନାକୁ ଆଣିଥିଲା ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!