ଗଜପତି, (ବାଘୁଆବାର୍ତ୍ତା): ପ୍ରସାଦ ସେବନ କରି ୫୦ରୁ ଅଧିକ ଆକ୍ରାନ୍ତ । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲା କାଶୀନଗର ଥାନା ଖିଡିଗାଁରେ ଘଟିଛି ଘଟଣା । ଗାଁରେ ମେଡିକାଲ ଟିମ୍ର ଚିକିତ୍ସା ଆରମ୍ଭ । ଖବର ଅନୁଯାୟୀ, ଖିଡିଗାଁର ଗଣେଷ ପୂଜାର ପ୍ରସାଦ ସେବନ କରି ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ୨୦ରୁ ଅଧିକ ଲୋକଙ୍କୁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମେଡିକାଲରେ ଚିକିତ୍ସା ହେଉଥିବା କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ତେବେ ସ୍ଥିତିକୁ ଦେଖି ସ୍ୱସ୍ଥ୍ୟ ବିଭାଗର ଟିମ୍ ଗାଁର ପହଞ୍ଚି ଲୋକଙ୍କୁ ଚିକିତ୍ସା କରୁଛନ୍ତି ।





