Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝଡ଼ାଫୁଙ୍କା ବାହାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ଗୁଣିଆ ହେଲା ଗିରଫ

by ସଞ୍ଜୟ ସ୍ୱାଇଁ
September 16, 2021
in Crime, State
ଝଡ଼ାଫୁଙ୍କା ବାହାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ଗୁଣିଆ ହେଲା ଗିରଫ
249
VIEWS
Share on FacebookShare on Twitter

ଧାମନଗର, (ବାଘୁଆବାର୍ତ୍ତା): ଜଣେ ଗୁଣିଆଙ୍କ କଳାକାରନାମାର ପର୍ଦ୍ଦାଫାଶ ହୋଇଛି । ଝଡ଼ାଫୁଙ୍କା ବାହାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ ଗୁଣିଆକୁ ଗିରଫ କରିଛି । ସଂପୃକ୍ତ ଗୁଣିଆ ହେଉଛି ଧାମନଗର ବିଜ୍ଞାପିତ ଅଞ୍ଚଳର ପଠାଣମହଲ୍ଲା ଗ୍ରାମର ସେକ୍‌ ଆସିକୁର ରହେମାନ ଓରଫ ଆସିକ୍‌ ମୁଲସାବ୍‌(୩୫) । ଅଭିଯୋଗ ଅନୁସାରେ, ଧାମନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଫଳରେ ସଂପୃକ୍ତ ଯୁବତୀଙ୍କ ଆସିକ୍‌ ପାଖକୁ ଯାଇଥିଲେ । ତାଙ୍କୁ ଝଡ଼ାଫୁଙ୍କା କରିବା ଦ୍ୱାରା ତାଙ୍କର ଦେହ ଭଲ ହୋଇଯାଇଥିଲା । ପରେ ଯୁବତୀ ଜଣକ ଦ୍ୱିତୀୟ ଥର ପାଇଁ ତା’ ପାଖକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ଗୁଣି ଗାରେଡ଼ି ମାଧ୍ୟମରେ ଫସାଇ ତାଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିଥିଲା । ଶାରୀରିକ ସଂପର୍କରେ ବେଳେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ରଖି ବିଭିନ୍ନ ସମୟରେ ଯୁବତୀଙ୍କୁ ବ୍ଲାକ୍‌ ମେଲିଂ କରୁଥିଲା । ଏପରି ୬ମାସ ବିତିଯିବା ପରେ ଯୁବତୀ ଜଣକ ଉକ୍ତ ଗୁଣିଆକୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । ମାତ୍ର ଗୁଣିଆ ଆସିକ୍‌ ତାଙ୍କୁ ନାଲିଆଖି ଦେଖାଇ ମାରି ଦେବାକୁ ଧମକ ଦେଇଥିଲା । ତେବେ ନିରୁପାୟ ହୋଇ ଯୁବତୀ ଜଣକ ଗତକାଲି ଧାମନଗର ଥାନାରେ ଏତଲା ଦେଇଥିଲେ । ଏନେଇ ପୁଲିସ କେସ ନଂ. ୨୫୫/୨୧ରେ ମାମଲା ରୁଜୁ କରିଥିଲା । ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ମୋନାଲିସା ପ୍ରଧାନ ତଦନ୍ତ ଭାର ନେଇ ଅଭିଯୁକ୍ତ ଆସିକୁରକୁ ଗିରଫ କରି କୋର୍ଟଚଲାଣ କରିଛନ୍ତି । ତେବେ ଜାମିନ୍‌ ଆବେଦନ ଖାରଜ ହେବାରୁ ତାକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!