ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇପିଏଲ-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଚଳ ଚଞ୍ଚଳ ହେଉଛି ୟୁଏଇ । କରୋନା ମହାମାରୀ ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ଖେଳାଳୀମାନେ ୟୁଏଇରେ ପହଞ୍ଚିବା ପୂର୍ବରୁ ୧୪ଟି ହୋଟେଲର ୭୫୦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ତତ୍ ସହିତ ଲିଗକୁ ସୂଚାରୁରୂପେ ପରିଚାଳନ ।କରିବା ପାଇଁ ଏର୍ମଜେନ୍ସି ସର୍ଭିସ୍, ସ୍ପୋର୍ଟ୍ସ ମେଡିସିନ ଓପୋର୍ଟ, ଡକ୍ଟର ଅନ କଲ୍, ଆମ୍ବୁଲାନ୍ସ ଓ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ସେହିପରି ମେଡିକାଲ ସପୋର୍ଟ ପାଇଁ ୧୦୦ ମିଟର ମେମ୍ବର୍ସ ଟିମ୍ ଘୋଷଣା କରାଯାଇଛି । ପ୍ରତ୍ୟେକ ମ୍ୟାଚରେ ୨ଟି ମେଡିକଲା ଟିମ୍ ଉପଲବ୍ଧ ରହିବେ । ଟୁର୍ଣ୍ଣାମେଣ୍ଟ ସମୟରେ ୩୦ହଜାର କରୋନା ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମରେ ଦର୍ଶକ ଉପସ୍ଥିତି ରହିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ୟୁଏଇ ଏବଂ ବିସିସିଆଇଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।






