Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେବା ବସ୍ତୁ ନୁହେଁ; ଭାବ ଆଧାରିତ-ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
September 16, 2021
in Feature News
ସେବା ବସ୍ତୁ ନୁହେଁ; ଭାବ ଆଧାରିତ-ରାଜ୍ୟପାଳ
49
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସେବା ହିଁ ଆଧ୍ୟାତ୍ମିକତା । ଯେଉଁମାନେ ଅନ୍ୟର ସେବାରେ ନିଜକୁ ସମର୍ପିତ କରିଛନ୍ତି; ସେମାନେ ନିଜ ଜୀବନର ସାର୍ଥକତା ପ୍ରତିପାଦନ କରିପାରିଛନ୍ତି । ସେବା ବାସ୍ତବରେ ବସ୍ତୁ ଆଧାରିତ ନୁହେଁ; ଏହା ଭାବ ଆଧାରିତ ଏବଂ ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଏହି ଭାବଧାରାରେ ସେବା କାର୍ଯ୍ୟକୁ ଆହୁରି ପ୍ରସାରିତ କରିବାକୁ ରାଜ୍ୟପାଳ ତଥା ସେଣ୍ଟ ଜନ୍‌ ଆମ୍ବୁଲାନ୍ସ, ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ଆଜି ରାଜଭବନର ଅଭିଷେକ କକ୍ଷରେ ଅନୁଷ୍ଠିତ ସଂଗଠନର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅଧ୍ୟକ୍ଷତା କରି ପ୍ରଫେସର ଲାଲ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ସେବା କାର୍ଯ୍ୟକୁ ଆହୁରି କି୍ରୟାଶୀଳ ଓ ଫଳପ୍ରସୂ କରିବା ନିମନ୍ତେ ସମୟ ଉପଯୋଗୀ ପଦକ୍ଷେପ ନେବାକୁ କହିଥିଲେ । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଣ୍ଟ ଜନ୍‌ ଆମ୍ବୁଲାନ୍ସ, ଓଡ଼ିଶା ଶାଖାର ଅଧ୍ୟକ୍ଷ ନବ କିଶୋର ଦାସସ୍ୱାଗତ ସୂଚନା ଦେଇଥିଲେ । ଅବୈତନିକ ସଚିବ ଡ. ସନତ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପରେ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେଣ୍ଟ ଜନ୍‌ ଆମ୍ବୁଲାନ୍ସର କାର୍ଯ୍ୟାଳୟ ଗୃହ ନିର୍ମାଣ, ସରକାରୀ ଅନୁଦାନ ବୃଦ୍ଧି, କର୍ମଚାରୀମାନଙ୍କର ବେତନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସେବା ପ୍ରଶିକ୍ଷଣ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଠିକ୍‌ ସମୟରେ ପ୍ରମାଣପତ୍ର ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା । ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ସେବାକୁ ଆହୁରି ରୋଗୀସେବା ଅନୁକୂଳ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ରାଜ୍ୟପାଳ ପ୍ରଫେସର ଲାଲ କମିଟି ଗଠନ କରି ସମସ୍ତ ପ୍ରସଙ୍ଗ ଉପରେ ସେପେଫମ୍ବର ୩୦ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରେଡ୍‌କ୍ରସ୍‌, ଓଡ଼ିଶା ଶାଖାର ସଚିବ ସିଟିଏମ୍‌ ସୁଗୁଣା, ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଲଳିତ ଦାସ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ପୂର୍ବ ବୈଠକର ବିବରଣୀ ଗୃହୀତ ହେବା ସହ ସଂସ୍ଥାର ଆର୍ଥିକ ବିବରଣୀ ଓ ବାର୍ଷିକ ବିବରଣୀ ଇତ୍ୟାଦି ଗୃହୀତ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!