ଭଦ୍ରକ, (ବାଘୁଆବାର୍ତ୍ତା): ବୈତରଣୀ ନଦୀ ବନ୍ଧରେ ଓଲଟିଲା ପିକ୍ଅପ୍ ଭ୍ୟାନ୍। ଶ୍ରମିକଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡିର ଡ୍ରାଇଭରଙ୍କ ସହ ସମସ୍ତେ ସୁରକ୍ଷିତ ଅଛନ୍ତି । କେତେଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିରିଡ଼ି ନିକଟରେ ଘଟିଛି। ଶ୍ରମିକଙ୍କୁ ନେଇ ଫେରୁଥିବା ସମୟରେ ଭଣ୍ଡାରିପୋଖରୀ ବ୍ଲିକ ବିରିଡ଼ି ନିକଟରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ବୈତରଣୀ ନଦୀ ବନ୍ଧରେ ପିକ୍ଅପ୍ ଭ୍ୟାନ୍ ଓଲଟିପଡିଥିଲା । ଗାଡି ଡ୍ରାଇଭରଙ୍କ ସହ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ କିଛି ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି ।ସେମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।





