Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା: ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି

by ସଞ୍ଜୟ ସ୍ୱାଇଁ
September 12, 2021
in Crime, State
ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା: ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି
182
VIEWS
Share on FacebookShare on Twitter

ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୩ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ସୂଚନା ମୁତାବିକ, ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମର ଶରତ ପୁହାଣଙ୍କ ପୁତ୍ର ପୁନା ପୁହାଣଙ୍କର ସ୍ଥାନୀୟ ଗ୍ରାମର ଭିନ୍ନ ଜାତିର ଜନୈକା ଯୁବତୀ ସହ ଦୀର୍ଘ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ରହି ଥିଲା । ଶୁକ୍ରବାର ଦିନ ସମ୍ପୃକ୍ତା ଯୁବତୀ ଜଣକ ଗଣେଶ ପୂଜା ଅବସରରେ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ନିଜ ସାଇକେଲ ରଖି ଯୁବକ ଜଣଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଯୁବତୀଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରାୟ ୩୦ ଜଣରୁ ଉର୍ଦ୍ଧ ସଙ୍ଘବଦ୍ଧ ହୋଇ ଶୁକ୍ରବାର ରାତ୍ରର ବିଳମ୍ବିତ ପ୍ରହରରେ ଯୁବକଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିମାନେ ଯୁବକଙ୍କ ପିତା ଶରତ ପୁହାଣ ଓ ତାଙ୍କର ଭିଣୋଇ ମାହାଙ୍ଗା ଥାନା ଉମର ଗ୍ରାମର କିଶୋର ବେହେରା ଓରଫ ପପୁଙ୍କୁ ଧରି ନେଇଥିଲେ । ଶ୍ୱଶୁର ଜ୍ୱାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟ ପ୍ରେମିକ ପ୍ରେମିକା ମାହାଙ୍ଗା ଥାନା ତ୍ରିବେଣୀଶ୍ୱର ଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବାର ଖବର ପାଇଥିଲେ । ତେବେ ଆକ୍ରମଣକାରୀ ଉଭୟ ଶ୍ୱଶୂର ଜ୍ୱାଇଁଙ୍କୁ ୨ଟି ଗାଡିରେ ବସାଇ ନେଇ ତ୍ରିବେଣୀଶ୍ୱର ଯାଇଥିଲେ । ତ୍ରିବେଣୀଶ୍ୱରର ଜନୈକ ବ୍ୟକ୍ତିଙ୍କ ଘରୁ ଉଭୟ ପ୍ରେମୀ ଯୁଗଳଙ୍କୁ ଧରି ପୃଥକ ପୃଥକ ଭାବେ ୨ଟି ଗାଡିରେ ଆଣିଥିଲେ । ତେବେ ଯୁବତୀଙ୍କୁ ନିଜ ଘରକୁ ନେଇଯାଇଥିଲା ବେଳେ ପ୍ରେମିକକୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡମାରି ଆହାତ କରିଥିଲେ । ସ୍ଥାନୀୟ ଲୋକେ ଆହାତ ପ୍ରେମିକ ପୁୁନା ,ଶରତ ଓ କିଶୋରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଏ ସମ୍ପର୍କରେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଶ୍ରୀମତୀ ଚିନ୍ମୟୀ ସାହୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି କିମ୍ବା ଥାନାରେ ଏସମ୍ପର୍କରେ କୌଣସି ଅଭିଯୋଗ କରାଯାଇ ନଥିବାର ପ୍ରକାଶ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!