Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାତୀୟ ରାଜପଥରେ ୨ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇ ଘର ଉପରକୁ ମାଡ଼ି ଗଲେ

by ସଞ୍ଜୟ ସ୍ୱାଇଁ
September 12, 2021
in Accident, State
ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାତୀୟ ରାଜପଥରେ ୨ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇ ଘର ଉପରକୁ ମାଡ଼ି ଗଲେ
112
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଚି। ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ୨ ଟ୍ରକ୍‌ ବିପରୀତ ଦିଗରୁ ଯାଉଥିଲେ। ମାତ୍ର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଉଭୟ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ୨ଟି ଟ୍ରକ୍‌ ପରସ୍ପର ସହ ମୁହାଁମୁହିଁ ପିଟି ହେବା ପରେ ରାସ୍ତା ପାର୍ଶ୍ୱରେ ଥିବା ୨ ଘର ଉପରକୁ ମାଡ଼ି ଯାଇଥିଲେ। ହେଲେ ଉଭୟ ଘରର କେହିବି ସଦସ୍ୟ ଆହତ ହୋଇ ନ ଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ୨ ଟ୍ରକ୍‌ ମଧ୍ୟରୁ ଗୋଟିଏ ଟ୍ରକ୍‌ ପ୍ରଥମେ ରାସ୍ତା କଡରେ ଥିବା ଏକ ଡାଲା ଅଟୋକୁ ଧକ୍କା ଦେଇ ପରେ ଘର ଉପରକୁ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡାଲା ଅଟୋ ବି ଚୁରମାର ହୋଇ ଯାଇଛି। ଏହି ଦୁର୍ଟଘଣାରେ ୨ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଯୋଗୁ ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଗାଡ଼ି ମୋଟର ଯାତାୟତ ବାଧାପ୍ରାପ୍ତ ହୋଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଅଡ଼ି ବସିଛନ୍ତି। ସକାଳ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନ ଥିବାରୁ ଯାତାୟତ ସ୍ୱାଭାବିକ ହୋଇପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!