Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଙ୍ଗଳ ଗ୍ରହରେ ଆଦିମ ଜୀବନ ଥିବା ଆଶା ଉଦ୍ରେକ କରାଉଛି ‘ନାସା’ର ‘ମାର୍ସ ରୋଭର୍‌’

by ସଞ୍ଜୟ ସ୍ୱାଇଁ
September 11, 2021
in Feature News
ମଙ୍ଗଳ ଗ୍ରହରେ ଆଦିମ ଜୀବନ ଥିବା ଆଶା ଉଦ୍ରେକ କରାଉଛି ‘ନାସା’ର ‘ମାର୍ସ ରୋଭର୍‌’
219
VIEWS
Share on FacebookShare on Twitter

ୱାସିଂଟନ୍‌,(ବାଘୁଆବାର୍ତ୍ତା): ସମ୍ପ୍ରତି ‘ନାସା’ର ‘ପର୍ସୁଭିୟରାନ୍‌ସ୍‌ ମାର୍ସ ରୋଭର୍‌’ ଦୀର୍ଘକାଳ ଧରି ଜଳ ସଂସ୍ପର୍ଶରେ ରହିଥିବାର ସଙ୍କେତ ଥିବା ଦୁଇଟି ଶିଳା ବା ପଥର ନମୁନା ସଂଗ୍ରହ କରିଛି। ମଙ୍ଗ‌ଳ ଗ୍ରହରେ ଆଦିମ ଜୀବସତ୍ତା ଥିବା ଆଶା ଉକ୍ତ ପଥର ଖଣ୍ଡରୁ ଅନୁମାନ କରାଯାଉଛି। ଉକ୍ତ ଅଭିଯାନର ପ୍ରକଳ୍ପ ବୈଜ୍ଞାନିକ କେନ୍‌ ଫାର୍ଲି ଶୁକ୍ରବାର ଦିନ ବିବୃତି ଦେଇ କହିଛନ୍ତି, ଦୀର୍ଘ କାଳ ଧରି ବାସପୋଯୋଗୀ ପରିବେଶର ସମ୍ଭାବନା ଥିବା କଥା ସଂଗୃହୀତ ଶିଳାଖଣ୍ଡରୁ ମନେହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୀର୍ଘ କାଳ ଧରି ସେଠାରେ ଜଳ ଥିଲା। ଜଳ ସଂସ୍ପର୍ଶରେ ଆସିଥିବାରୁ ଏହି ଶିଳା ଆଦିମ ଅଣୁଜୀବସତ୍ତା ବଞ୍ଚାଇବାରେ ସହାୟକ ହେଉଥିବ ବୋଲି ‘ନାସା’ର ଭୂବିଜ୍ଞାନୀ କେଟି ଷ୍ଟାକ୍‌ ମୋର୍ଗାନ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ‘ମଣ୍ଟଡିନିୟର୍‌’ ନାଁ ଦିଆଯାଇଥିବା ପ୍ରଥମ ଶିଳା ନମୁନାଟିକୁ ଉକ୍ତ ୬ଚକିଆ ରୋବର୍ଟ ସେପ୍ଟେମ୍ବର ୬ ତାରିଖ ଦିନ ସଂଗ୍ରହ କରିଥିଲା। ‘ମଣ୍ଟାଗ୍ନାକ୍‌’ ନାମକ ଦ୍ବିତୀୟ ଶିଳାଖଣ୍ଡଟି ସଂଗ୍ରହ ହୋଇଥିଲା ସେପ୍ଟେମ୍ବର ୮ ତାରିଖ ଦିନ। ଉଭୟ ଶିଳା ନମୁନା ଗୋଟାଏ ପେନ୍‌ସିଲ୍‌ର ଗୋଲେଇ ଠାରୁ ସାମାନ୍ୟ ପ୍ରଶସ୍ତ ଏବଂ ପ୍ରାୟ ୬ ସେଣ୍ଟିମିଟର୍‌ ଲମ୍ବ। ସମ୍ପ୍ରତି ସେଗୁଡ଼ିକ ରୋଭର୍‌ ଅଭ୍ୟନ୍ତରରେ ମୁଦଦିଆ ନଳୀ ମଧ୍ୟରେ ଗଚ୍ଛିତ ଅଛି। ପ୍ରଥମ ନମୁନା ସଂଗ୍ରହ କରାଯାଇଥିବା ଶିଳାର ଗଠନ ‘ବେସାଲ୍‌ଟିକ୍‌’ ବୋଲି ଜଣାପଡ଼ିଛି ଏବଂ ତାହା ଗଳିତଧାତୁ ପ୍ରବାହରୁ ସୃଷ୍ଟ ବୋଲି ମନେହେଉଛି। ନମୁନା ସଂଗ୍ରହ ପାଇଁ ଆଦ୍ୟ ଅଗଷ୍ଟରେ ହୋଇଥିବା ଉଦ୍ୟମ ବ୍ୟର୍ଥ ହୋଇଥିଲା। କାରଣ, ଉକ୍ତ ପ୍ରସ୍ତରଖଣ୍ଡ ଏତେ ଖତରା ହୋଇଯାଇଥିଲା ଯେ, ତାହା ‘ପର୍ସୁଭିୟରାନ୍‌ସ୍’ର ଡ୍ରିଲ୍‌ (ଭଅଁର) ସହ୍ୟ କରି ନ ପାରି ଚୂନା ହୋଇଯାଇଥିଲା। ମଙ୍ଗଳ ଗ୍ରହର ବିଷୁବରେଖାର ଠିକ୍‌ ଉତ୍ତର ପାର୍ଶ୍ବରେ ‘ଜିଜିରୋ କ୍ରେଟର୍‌’ ନାମରେ ପରିଚିତ ଅଞ୍ଚଳରେ ଉକ୍ତ ରୋଭର୍‌ ଅଭିଯାନ ଚଳାଇଛି। ୩.୫ ନିୟୁତ ବର୍ଷ ତଳେ ସେଠାରେ ଗୋଟାଏ ହ୍ରଦ ଥିଲା। ସେତେବେଳ ମଙ୍ଗଳ ଗ୍ରହ ଥିଲା ଆଜିଠାରୁ ଅଧିକ ଉଷ୍ମ ଏବଂ ଆର୍ଦ୍ର ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!