Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌

by ସଞ୍ଜୟ ସ୍ୱାଇଁ
September 10, 2021
in Sports
ଟି-୨୦ ସିରିଜରୁ ଭାରତର ୯ ଖେଳାଳି ଆଉଟ୍ !
70
VIEWS
Share on FacebookShare on Twitter

ମାଞ୍ଚେଷ୍ଟର୍‌,(ବାଘୁଆବାର୍ତ୍ତା): ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ୍‌କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଟଳିଯାଇଛି। ଗୁରୁବାର ସକାଳେ ଭାରତୀୟ‌ ଖେଳାଳିମା‌େନ ଦେଇଥିବା ଆରଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍ ଆସିବାରୁ ମ୍ୟାଚ୍‌ ଯଥାରୀତି‌ ଖେଳାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ଭାରତୀୟ ଦଳର ଆଉ ଜଣେ ସହକାରୀ ସଦସ୍ୟ କୋଭିଡ୍‌ ପଜିଟିଭ ବାହାରିବାରୁ ଏଭଳି ପ୍ରଶ୍ନବାଚୀ ଲାଗିଥିଲା। ଭାରତୀୟ ଦଳ ମଧ୍ୟ ଗୁରୁବାର ଅଭ୍ୟାସ ନକରି ହୋଟେଲ୍ ଭିତରେ ରହିଥିଲେ। ଭାରତୀୟ ଦଳର କୌଣସି ଖେଳାଳି ସଂକ୍ରମିତ ହୋଇନଥିଲେ ମଧ୍ୟ ସହକାରୀ ଫିଜିଓ ଯୋଗେଶ ପାର୍ମରଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ପାର୍ମର ବୁଧବାର ଏକାଧିକ ଭାରତୀୟ ଖେଳାଳିଙ୍କ ଚିକିତ୍ସା କରିଥିଲେ। ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁ ଏବଂ ‌ଚେତେଶ୍ବର ପୂଜାରାଙ୍କ ଗୋଇଠି ସମସ୍ୟା ସହିତ ଚତୁର୍ଥ ଟେଷ୍ଟ୍ ଖେଳିନଥିବା ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମାଙ୍କୁ ସେ ଚିକିତ୍ସା କରିଥିଲେ। ସମସ୍ତ ଖେଳାଳିଙ୍କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ‌ହୋଟେଲ୍ ରୁମ୍‌ରେ ଆବଦ୍ଧ ରହିବାକୁ କୁହାଯାଇଛି। ଏପଟେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ବିସିସିଆଇ-ଇସିବି ଆଲୋଚନା ଚାଲିଛି। ଚତୁର୍ଥ ଟେଷ୍ଟ୍ ଚତୁର୍ଥ ଦିନରୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଆର୍‌ ଶ୍ରୀଧର କରୋନା ସଂକ୍ରମିତ ହେବାରୁ ଏବେ ୧୦ ଦିନିଆ ସଙ୍ଗରୋଧରେ ରହିଛନ୍ତି। ସେହିଭଳି ପ୍ରତିଶେଧକ ମୂଳକ ପଦକ୍ଷେପ ଭାବେ ଫିଜିଓ ନୀତିନ ପଟେଲ୍‌ ମଧ୍ୟ ଦଳଠାରୁ ଦୂରେଇ ରହିଛନ୍ତି। ଏମାନେ ଦ ଓଭାଲ୍‌ରେ ‌ହୋଟେଲ୍‌ ରୁମରେ ଆବଦ୍ଧ ରହିଛନ୍ତି। ଅବିଶିଷ୍ଟ ସଦସ୍ୟମା‌ନେ ପଞ୍ଚମ ଟେଷ୍ଟ୍ ଖେଳିବାକୁ ମା‌‌‌ଞ୍ଚେଷ୍ଟର୍‌ ପହଞ୍ଚିଥିଲେ ମଧ୍ୟ କୋଭିଡ୍ ଦଳକୁ ପିଛା କରିଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ମାଞ୍ଚେଷ୍ଟର୍‌ ଟେ‌ଷ୍ଟ୍‌ ପରେ ସେଠାରୁ ଦୁବାଇ ଗସ୍ତ କରି ଆଇପିଏଲରେ ଦ୍ବିତୀୟ ଚରଣରେ ଖେଳିବା ଯୋଜନା ରହିଛି। ମୂଳ ଯୋଜନା ଅନୁସାରେ ଖେଳାଳିମାନେ ସେପ୍ଟେମ୍ବର ୧୫ ତାରିଖରେ ଦୁବାଇ ଯାତ୍ରା କରିବା କଥା। ଏବେ ରବି ଶାସ୍ତ୍ରୀ, ଭରତ ଅରୁଣ, ଆର୍‌ ଶ୍ରୀଧର, ଯୋଗେଶ ପାର୍ମର୍‌ ଦଳ ସହ ‌ଦୁବାଇ ଗସ୍ତ କରିପାରିବେ ନାହିଁ। କାରଣ ବ୍ରିଟେନ୍‌ କୋଭିଡ୍‌ ନିୟମ ଅନୁସାରେ ୧୦ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ରହିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!