Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ଛାତ୍ରଛାତ୍ରୀ ଓ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ, ସେଥିପାଇଁ ବିଦ୍ୟାଳୟ ୭ ଦିନ ପାଇଁ ବନ୍ଦ

by ସଞ୍ଜୟ ସ୍ୱାଇଁ
September 9, 2021
in Education, Health
୫ ଛାତ୍ରଛାତ୍ରୀ ଓ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ, ସେଥିପାଇଁ ବିଦ୍ୟାଳୟ ୭ ଦିନ ପାଇଁ ବନ୍ଦ
278
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ବିଦ୍ୟାଳୟରେ ପଢ଼ୁଥିବା ୫ ଛାତ୍ରଛାତ୍ରୀ ଓ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ ରଖାଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଓ ଅଫିସ୍‌କୁ ସାନିଟାଇଜ୍‌ କରାଯାଉଛି। ଆଜି ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲାରୁ ଆସିଛି। ମହାମାରୀ କରୋନାର ଦ୍ୱିତୀୟ ଲହର କମିବା ପରେ ରାଜ୍ୟରେ ଖୋଲିଥିଲା ଦଶମ ଓ ନବମ ଶ୍ରେଣୀ। ଅଭିଭାବକଙ୍କ ପରାମର୍ଶରେ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ବିଦ୍ୟାଳୟକୁ ଆସୁଥିଲେ। ପିଲାମାନେ ମାସ୍କ ପରିଧାନ କରିବା ସହିତ ହାତ ସାନିଟାଇଜ୍‌ କରୁଥିଲେ। ଏହା ସତ୍ତ୍ୱେ କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ସ୍ଥିତ ଶିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଆସୁଥିବା ୭୦ ଛାତ୍ରଛାତ୍ରୀ ଓ ୧୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ଗତ ୬ ତାରିଖରେ କରୋନା ଟେଷ୍ଟ ହୋଇଥିଲା। ୮ ତାରିଖରେ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା। ସେଥିରେ ୬ ଜଣ କରୋନା ପଜିଟିଭ ରିପୋର୍ଟ ଚିହ୍ନଟ ହୋଇଥିଲେ। ଯେଉଁଥିରେ ୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି। ଏହା ପରେ ବିଦ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦ୍ୟାଳୟକୁ ସପ୍ତାହେ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରୋଜ କୁମାର ସେଠୀ। ଆଜିଠାରୁ ସ୍କୁଲ ବନ୍ଦ ରହିଛି। ସେପଟେ କାମାକ୍ଷାନଗର ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ୍‌ ବିଦ୍ୟାଳୟର ସମସ୍ତ ଗୃହ ଓ ଅଫିସ୍‌ ଗୁଡିକୁ ସାନିଟାଇଜ୍‌ କରୁଛି। କୋଭିଡ୍‌ରେ ଆକ୍ରାନ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଆଇସୋଲେଟ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ମେଡ଼ିକାଲ୍‌ ଟିମ୍‌ ପକ୍ଷରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଏଥିସହ ମେଡିସିନ୍‌ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପିଲାଙ୍କ ପାଖରେ କୋଭିଡ୍‌ର କୌଣସି ଲକ୍ଷ୍ୟଣ ଦେଖାଦେଉଛି, ତାହାହେଲେ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!