Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବହୁରୂପୀ ସ୍ୱାମୀ-ସ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବାଣ୍ଟୁଥିଲେ ଫେକ୍‌ ଚାକିରି

by ସଞ୍ଜୟ ସ୍ୱାଇଁ
September 9, 2021
in Crime, State
ବହୁରୂପୀ ସ୍ୱାମୀ-ସ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବାଣ୍ଟୁଥିଲେ ଫେକ୍‌ ଚାକିରି
217
VIEWS
Share on FacebookShare on Twitter

ଅନୁଗୁଳ (ବାଘୁଆବାର୍ତ୍ତା): ବହୁରୂପୀ ସ୍ୱାମୀ-ସ୍ତ୍ରୀ। କରୁଥିଲେ ଫେକ୍‌ ଇଣ୍ଟର୍ଭ୍ୟୁ ଓ ଫେକ୍‌ ୱାର୍କସପ୍‌। ଆଉ ଛାତ୍ରଛାତ୍ରୀଙ୍କୁ ବାଣ୍ଟୁଥିଲେ ଫେକ୍‌ ଚାକିରି। ସେଥିପାଇଁ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ଏହି ବହୁରୂପୀ ସ୍ୱାମୀ-ସ୍ତ୍ରୀ। ସେମାନେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଅନୁଗୋଳ ଏସ୍‌ପିଙ୍କ ତତ୍ତ୍ୱବଧାନରେ ଗଠିତ ଟିମ୍‌ ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଗିରଫ କରିଛି ଦୁଇ ଫୋର୍‌-ଟ୍ୱେଣ୍ଟି ସ୍ୱାମୀ-ସ୍ତ୍ରୀ। ଏହାଛଡ଼ା ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଗିରଫ ସ୍ୱାମୀ-ସ୍ତ୍ରୀ ନିଜକୁ ଟାଟା ଗ୍ରୁପ୍‌ର ଏଜିଏମ୍‌ ଓ ଏଚ୍‌ଆର ବୋଲି ପରିଚୟ ଦେଉଥିଲେ। ପୂରା ଘଟଣାଟି ଏମିତି। ରାଉରକେଲା ବାସିନ୍ଦା ହେଉଛନ୍ତି ଚୈତାଳୀ ମୁଖାର୍ଜୀ । ତାଙ୍କ ସ୍ୱାମୀ ଉତ୍ତରପ୍ରଦେଶ ଆଗ୍ରାର ମର୍ଗଙ୍କ ଗୁପ୍ତା। ଦୁହେଁ ମିଥ୍ୟା ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ। ଚୈତାଳୀ ନିଜକୁ ଟାଟା ଗ୍ରୁପ୍‌ର ଏଚ୍‌ଆର୍‌ ଦୀପିକା ବାନାର୍ଜୀ ବୋଲି ପରିଚୟ ଦେଉଥିବା ବେଳେ ତାଙ୍କ ସ୍ୱାମୀ ଟାଟା ଗ୍ରୁପର AGM ଶିବ କୁମାର କହୁଥିଲେ। ବହୁରୂପୀଙ୍କ ପରି ସ୍ୱାମୀ-ସ୍ତ୍ରୀ ମିଥ୍ୟା ପରିଚୟ ଦେଇ ଶିକ୍ଷିତ ପିଲାଙ୍କୁ ଠକୁଥିଲେ। ୧୦୦୦ରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗ ହୋଇଛି। ୨୦୨୧ ମସିହା ଫେବ୍ରୁଆରୀରେ ଏନେଇ ଅନୁଗୋଳ ଜିଲ୍ଲାର କୋଲିୟାରୀ ଥାନାରେ ଅଭିଯୋଗ ହୋଇଥିଲା। କେବଳ କୋଲିୟାରୀ ନୁହେଁ, ନାଲକୋ ନଗର, ଅନୁଗୋଳ, ତାଳଚେର ଆଦି ଥାନାରେ ୬ଟି ମାମଲା ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରି ସ୍ୱାମୀ-ସ୍ତ୍ରୀଙ୍କ କଳା କାରନାମାର ଗୁମର ଖୋଲିଥିଲା। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା ପୁଲିସ। ଶେଷରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚୈତାଳୀ ଓ ମର୍ଗଙ୍କଙ୍କୁ ପୁଲିସ କରଫ କରିବାରେ ସକ୍ଷମ ହୋଇଛି। ବହୁରୂପୀ ସ୍ୱାମୀ-ସ୍ତ୍ରୀଙ୍କୁ ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଫେକ୍‌ ଇଣ୍ଟରଭ୍ୟୁ କରୁଥିଲେ। ଏପରିକି ଫେକ୍‌ ୱାର୍କସପ୍‌ ଓ ଫେକ୍‌ ନିଯୁକ୍ତିପତ୍ର ଦେଇ ଆଶାୟୀଙ୍କୁ ଅତି ଚତୁରତାର ସହ ଠକି ନେଉଥିଲା ଅର୍ଥ। ଏମାନେ ଓଡ଼ିଶା ବ୍ୟତୀତ ଜାମ୍ମୁ-କାଶ୍ମୀର, ପଶ୍ଚିବମଙ୍ଗ, ଛତିଶଗଡ଼, ଝାରଖଣ୍ଡ, ବିହାର ଓ ମହାରାଷ୍ଟ୍ର ଆଦି ରାଜ୍ୟର ହଜାରେରୁ ଅଧିକ ପିଲାଙ୍କଠାରୁ କୋଟିକୋଟି ଟଙ୍କା ଠକିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫୦ଜଣ ଚାକିରି ଆଶାୟୀଙ୍କଠାରୁ ପ୍ରାୟ ୨କୋଟି ଟଙ୍କା ଠକିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଏହାର ପରିମାଣ ଆହୁରି ଅଧିକ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ତଦନ୍ତକାରୀ ଟିମ୍‌ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଟାଟା ଷ୍ଟିଲ ଓ ଟାଟା ଗ୍ରୁପ୍‌ର ଫେକ୍‌ ଷ୍ଟାମ୍ପ, ଫେକ୍‌ ସିଲ, ଫେକ୍‌ ଆଇଡି କାର୍ଡ, ଫେକ୍‌ ମ୍ୟାନେଜମେଣ୍ଟ ଚାକିରି ଦରଖାସ୍ତ ଫର୍ମ, ୧୮ଟି କ୍ରେଡିଟ୍‌ ଓ ସପିଙ୍ଗ କାର୍ଡ, ନଗଦ ୩ ଲକ୍ଷ ୯୭ହଜାର ଟଙ୍କା, ଗୋଟିଏ କାର, ୭ଟି ମୋବାଇଲ ଫୋନ,୨ଟି ଲାପଟପ୍‌, ୨ଟି ହାର୍ଡ ଡିସ୍କ ସହ ଅନ୍ୟାନ୍ୟ ଠକାମୀରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ। ଅନୁଗୋଳ ଏସ୍‌ପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଗୋଳ, କୋଲିୟାରୀ, ତାଳଚେର ଥାନା ପୁଲିସର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଅଧିକ ତଦନ୍ତ ଚଳାଇଛି। ନିଯୁକ୍ତି ନାଁରେ ଠକେଇ କରୁଥବା ଦମ୍ପତିଙ୍କୁ ଗିରଫ ପରେ ଅନୁଗୋଳ SDJM କୋର୍ଟରେ ହାଜର କରାଯାଇଥିଲା। ମାତ୍ର ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି। ଠକେଇ ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!