Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨-୧ ସିରିଜରେ ଆଗୁଆ ଭାରତ:୫୦ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଏକାଧିକ ରେକର୍ଡ କଲା ବିରାଟ ବାହିନୀ

by ସଞ୍ଜୟ ସ୍ୱାଇଁ
September 7, 2021
in Sports
୨-୧ ସିରିଜରେ ଆଗୁଆ ଭାରତ:୫୦ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଏକାଧିକ ରେକର୍ଡ କଲା ବିରାଟ ବାହିନୀ
36
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ୨-୧ ସିରିଜରେ ଆଗୁଆ । ଦୀର୍ଘ ୫୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲା ଭାରତ । କ୍ରିକେଟ୍ ପ୍ରେମୀଙ୍କ ମନରେ ଉତ୍ସାହ ଭରିଯାଇଛି । ଦୀର୍ଘ ୫୦ ବର୍ଷ ପରେ ଭାରତ ଲଣ୍ଡନର ଦି ଓଭାଲରେ ଇଂଲଣ୍ଡକୁ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି। ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି କେବଳ ୨-୧ରେ ସିରିଜ୍ ଲିଡ୍ ହାସଲ କରିନାହିଁ ବରଂ ୧୯୭୧ ପରେ ଓଭାଲରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି। ଭାରତ ୨-୧ରେ ଆଗୁଆ ଥିବା ବେଳେ ସିରିଜ୍ ଶେଷ ମ୍ୟାଚ୍ ୧୦ ତାରିଖକୁ ମାଞ୍ଚେଷ୍ଟରରେ ଖେଳାଯିବ। ଅର୍ଥାତ ବିରାଟ ବାହିନୀ ଆଜିର ବିଜୟ ପରେ ଇଂଲଣ୍ଡରେ ଆଉ ସିରିଜ୍ ହାରିବ ନାହିଁ। ଯଦି ବି ୫ମ ମ୍ୟାଚରେ ହାରିବ, ତା’ହେଲେ ସିରିଜ୍ ୨-୨ରେ ଡ୍ର ରହିବ । ଓଭାଲରେ ଭାରତ ଶେଷଥର ପାଇଁ ୧୯୭୧ରେ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍ରେ ଭାରତର ବିଏସ୍ ଚନ୍ଦ୍ରଶେଖର ଇଂଲଣ୍ଡର ଜନ ପ୍ରାଇସଙ୍କୁ ଆଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ। ଏଥିସହ ଅଜିତ ୱାଡେକରଙ୍କ ଭାରତୀୟ ଟିମ୍ କୁ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ତା’ର ଘରୋଇ ମାଟିରେ ପରାସ୍ତ କରିବା ସହ ପ୍ରଥମ ସିରିଜ୍ ଜିତିବାକୁ ସକ୍ଷମ ହୋଇଥିଲା। ଏହାପରଠାରୁ ଭାରତ କେବେ ହେଲେ ଓଭାଲରେ ଟେଷ୍ଟ ମ୍ୟାଚ୍ ଜିତି ନଥିଲା। ସେହିପରି ଇଂଲଣ୍ଡ ମଧ୍ୟ ପ୍ରଥମ ପରାସ୍ତ ପରେ ୫ଟି ମ୍ୟାଚ୍ରେ ଏଠାରେ ଭାରତକୁ ହରାଇ ପାରି ନଥିଲା। ପ୍ରଥମ ବିଜୟ ପରେ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍ ଡ୍ର ରହିଥିଲା। ତେବେ ୨୦୧୧ରେ ଇଂଲଣ୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଇଣ୍ଡିଆକୁ ଏକ ଇନିଂସ ଓ ୮ରେ ପରାସ୍ତ କରିଥିଲା। ଏଥିସହ ଉକ୍ତ ଟେଷ୍ଟ ସିରିଜ୍କୁ ୪-୦ରେ କବଜା କରିଥିଲା। ୨୦୧୪ରେ ଭାରତ ଏକ ଇନିଂସ ୨୪୪ ରନ୍ ଓ ୨୦୧୮ରେ ୧୧୮ ରନରେ ହାରିଥିଲା। ଅର୍ଥାତ ୮ଟି ମ୍ୟାଚ୍ ପରେ ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ଓଭାଲରେ ହରାଇ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ୧୯୭୧ରେ ୧-୦ରେ ଜିତିଥିଲା। ଏବେ ଭାରତ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡରେ ଏକରୁ ଅଧିକ ମ୍ୟାଚ୍ ଜିତିଛି। ଶେଷଥର ପାଇଁ ୧୯୮୬ରେ କପିଲ ଦେବଙ୍କ ଟିମ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୨-୦ରେ ଜିତିଥିଲା। ସୋମବାର ଭାରତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଭାରତ ପ୍ରଥମ ଟିମ୍ ଯିଏ ଓଭାଲ ପଡ଼ିଆରେ ପ୍ରଥମ ଇନିଂସ୍ରେ ୫୦ରୁ ଅଧିକ ରନ୍ ପଛରେ ରହି ମଧ୍ୟ ଶେଷରେ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍ କରି ପ୍ରଥମ ଇନିଂସ୍ରେ ୯୯ ରନରେ ଲିଡ୍ ହାସଲ କରିଥିଲା। ତଥାପି ବିରାଟ ବାହିନର ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । ଭାରତ ତୃତୀୟ ଥର ପାଇଁ ପୂର୍ବ ମ୍ୟାଚରେ ଇନିଂସ ପରାଜୟ ପରେ ଏହାର ପରବର୍ତ୍ତୀ ମ୍ୟାଚରେ ବିଜୟ ହାସଲ କରିଛି। ଲିଡ୍ସରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ଏକ ଇନିଂସ୍ ଓ ୭୬ରେ ହରାଇଥିଲେ। ଏହାର ପରବର୍ତ୍ତୀ ମ୍ୟାଚ୍ ଅର୍ଥାତ ୪ର୍ଥ ଟେଷ୍ଟରେ ଭାରତ ଓଭାଲରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!