Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ବ୍ୟକ୍ତିଙ୍କ ପ୍ରେମ ବିବାହ ତାଙ୍କ ଭଉଣୀ ପାଇଁ ମହଙ୍ଗା ପଡ଼ିଛି

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ଜଣେ ବ୍ୟକ୍ତିଙ୍କ ପ୍ରେମ ବିବାହ ତାଙ୍କ ଭଉଣୀ ପାଇଁ ମହଙ୍ଗା ପଡ଼ିଛି
144
VIEWS
Share on FacebookShare on Twitter

ରେଢ଼ାଖୋଲ, (ବାଘୁଆବାର୍ତ୍ତା): ଜଣେ ବ୍ୟକ୍ତିଙ୍କ ପ୍ରେମ ବିବାହ ତାଙ୍କ ଭଉଣୀ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ଜୀବନ ଚାଲି ଯାଇଛି। ତାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ। ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ। ତାଙ୍କର ଜଣେ ପୁଅ ଅଛନ୍ତି, ଯିଏ କି ନାବାଳକ। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ତାଙ୍କ ଭାଇ ଘର ଅନ୍ୟ ଗାଁରେ। ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରି ମିର୍ଦ୍ଧାଙ୍କ ଝିଅ ସହିତ ତାଙ୍କର ପ୍ରେମ ହୋଇଯାଇଥିଲା। ପରେ ସେମାନେ ବିବାହ କରିଥିଲେ। ତେବେ ଏହି ବିବାହରେ ହରି ଖୁସି ନଥିଲେ। ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ। ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିଲେ ବୋଲି ସେ ଅଭିଯୋଗ କରୁଥିଲେ। ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଗତକାଲି ସକାଳେ ମଧ୍ୟ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଉ ରାତିରେ ହରି, ତାଙ୍କର ଦୁଇ ନାବାଳକ ପୁଅ ଓ ସେମାନଙ୍କର ଆଉ ଜଣେ ସହଯୋଗୀ (ସେ ବି ନାବାଳକ) ମିଶି ବନିତାଙ୍କ ଘରକୁ ଯାଇଥିଲେ। ସେମାନେ ଘରୁ ବନିତାଙ୍କୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ହରିଙ୍କ ସମେତ ତାଙ୍କର ଦୁଇ ନାବାଳକ ଓ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର କହିଛନ୍ତି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତଦନ୍ତ ସରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!