Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଔପଦା ବନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଜବତ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
September 5, 2021
in Crime, State
ଔପଦା ବନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଜବତ, ୫ ଗିରଫ
24
VIEWS
Share on FacebookShare on Twitter

ଔପଦା, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଔପଦା ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଶନିବାର ବିଳମ୍ୱିତ ରାତିରେ ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଜବତ ହୋଇଛି। ଏହି ଅଭିଯୋଗରେ ବନ ବିଭାଗ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଔପଦା ବନ ଭିଭାଗ କାର୍ୟ୍ୟାଳୟରେ ଅଟକ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଙ୍ଗଲରୁ ହାତୀ ମାରି ସେମାନଙ୍କ ଦାନ୍ତ ବିକ୍ରି କରୁଥିବା ଏକ ରାକେଟ ସକ୍ରିୟ ହୋଇଥିବା ବନ ବିଭାଗ ନିକଟରେ ବିଶେଷ ସୂତ୍ରରୁ ଖବର ମିଳିଥିଲା। ବନ ବିଭାଗର ଏକ ଟିମ ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ କାଦବରାଙ୍ଗ ଅଂଚଳରେ ଅଚାନକ ଚଢ଼ଉ କରି ହାତୀ ଦାନ୍ତ ସହ ଏହି ୫ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ବ୍ୟକ୍ତିଙ୍କ ନାମ ବନ ବିଭାଗ ପକ୍ଷରୁ ସାର୍ବଜନୀନ କରାଯାଇନି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସେ କହିଥିଲେ, ଏହି ଘଟଣାର ଏବେବି ତଦନ୍ତ ଚାଲିଛି। ଆହୁରି ବି କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଧେହ କରାଯାଉଛି। ଏନେଉ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ସେମାନେ କାର୍ୟ୍ୟାଳୟରେ ପହଁଚିବା ପରେ ଏହି ଘଟଣା ସମସ୍ତ ତଥ୍ୟ ଗଣମାଧ୍ୟମଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!