ପଦ୍ମପୁର, (ବାଘୁଆବାର୍ତ୍ତା): ବୃଦ୍ଧଙ୍କୁ ପିଟିପିଟି ହତ୍ୟା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟିଛି ଏଭଳି ଅମାନବୀୟ ଘଟଣା। ଅଭିଯୋଗ ଅନୁସାରେ, ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମର ସୁବାସ ସାହୁଙ୍କର ପରିବାର ସହିତ ସେହି ଗ୍ରାମର ନନ୍ଦକିଶୋର ସାହୁଙ୍କର ପୂର୍ବ ଶତ୍ରୁତା ଥିଲା। ପୂର୍ବ ଶତ୍ରୁତା କାରଣରୁ ଗତକାଲି ବିଲମ୍ବିତ ରାତିରେ ନନ୍ଦକିଶୋର ସାହୁ ସୁବାସକୁ ମାରିବା ପାଇଁ ସୁବାସ ଘରକୁ ଧାଇଁ ଆସିଥିଲା। ହେଲେ ଘରେ ସୁବାସକୁ ନ ପାଇବାରୁ ସୁବାସର ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା ନନ୍ଦକିଶୋର। ଏହାକୁ ଦେଖି ସୁବାଷ ସାହୁଙ୍କ ଶ୍ଵଶୁର ବିରୋଧ କରିଥିଲେ। ବୃଦ୍ଧ ଜଣଙ୍କ ବିରୋଧ କରିବାରୁ ନନ୍ଦକିଶୋର ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିପିଟି ହତ୍ୟା କରିଛି। ତେବେ ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଝାରବନ୍ଧ ପୋଲିସ ଏନେଇ କେସ୍ ନମ୍ବର ୧୨୦/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।






