ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ରାଜଧାନୀରେ ପୁଟିଲା ଗୁଳି । ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଆଜି ଗୁଳିକାଣ୍ଡ ଘଟିଛି । ଏହି ଘଟଣାକୁ ନେଇ ପୁଲିସ୍ ଦୁଇଟି ପରିବାରର ୪ଜଣକୁ ଅଟକ ରଖି ପଚରାଉଚରା କରୁଛି । ସୂଚନାନୁସାରେ, ଜାଗମରା ଅଞ୍ଚଳରେ ଦୁଇଟି ପରିବାର ମଧ୍ୟରେ ପୂର୍ବ ଶତୃତା ଲାଗି ରହିଥିଲା । ପଡୋଶୀଙ୍କୁ ଭୟବୀତ କରିବା ପାଇଁ ଗୁଳି ଫୁଟାଇଥିଲେ । ଖବର ପାଇ ଖଣ୍ଡଗିରି ପୁଲିସ୍ ଦୁଇ ପରିବାରର ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍ ।






