ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ କରୋନ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗିଛି। ଓଡ଼ିଶାରେ ପୁରୁଣା ଡେଥ୍ ଅଡିଟ ସରିଛି। ଏଣିକି ସବୁଦିନ ଯେତିକି ମୃତ୍ୟୁ ହେବ, ତା’ର ଅଡିଟ୍ କରି ରିପୋର୍ଟ ପ୍ରଦାନ କରାଯିବ । ଫଳରେ କରୋନା ମୃତ୍ୟୁ ନେଇ ସଠିକ୍ ରିପୋର୍ଟ ପ୍ରକାଶ ପାଇବ। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଯେତେବେଳେ ସଂକ୍ରମଣ ପିକ୍ ଥିଲା ସେହି ସମୟରେ ମୃତ୍ୟୁର ରିପୋର୍ଟ ଠିକ୍ ଭାବରେ ଦିଆଯାଇ ପାରୁ ନଥିଲା। ଏବେ ପାଖାପାଖି ଅଡିଟ୍ ସରିଛି। ବର୍ତ୍ତମାନ ଯାହା ହେଉଛି ସେହି ତଥ୍ୟ ଦିଆଯାଉଛି। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଅଡିଟ୍ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ବର୍ତ୍ତମାନ ରୋଗୀ ଅଛନ୍ତି ତେଣୁ ମୃତ୍ୟୁ ହୋଇପାରେ। ଯାହା ଆଗକୁ ହେବ ସେହି ତଥ୍ୟ ଦିଆଯିବ। ଏବେର ମୃତ୍ୟୁ ସଂଖ୍ୟା ଓଡ଼ିଶା ପାଇଁ ଆଶ୍ଵସ୍ତିକର ରହିଛି। ସେହିପରି ଶିଶୁ ସଂକ୍ରମଣକୁ ନେଇ କହିଛନ୍ତି ଯେ, ଆମେ ଯେଉଁଥିରେ ସଚେତନ ହେବା କଥା ତାହାକୁ ନେଇ ସଚେତନ ହେଲେ ଆମର ପଜେଟିଭ୍ ସଂଖ୍ୟା କମିଯିବ। ହସ୍ପିଟାଲ ରେଟ୍ ଡେଥ୍ ରେଟ୍ ଦେଖିଲେ ଜଣା ପଡ଼ୁଛି। ମୃତ୍ୟୁ ହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ। ମହାମାରୀର ଲହର ନୁହେଁ ସର୍ଜ ଥାଏ। ଟିକାକରଣ ସହ ସେରୋ ସର୍ଭେ ଚାଲିଛି ତେଣୁ ଅପେକ୍ଷା କରିବା।





