ଭୁବନେଶ୍ବର, (ବାଘୁଆବାର୍ତ୍ତା): କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗର ଅଞ୍ଚଳରେ ଚାଲିଥିଲା ବେଆଇନ୍ ଗଞ୍ଜେଇ କାରବାର। ସୂଚନା ମିଳିବା ପରେ କେଦାରପଲ୍ଳୀ ବସ୍ତରେ ହଠାତ୍ ଚଢ଼ଉ କଲା ଅବକାରୀ ବିଭାଗ। ଘର ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଓ ଚିଲମ, ସିଗାରେଟ୍ ଜବତ କଲା ଅବକାରୀ ବିଭାଗ। ଚଢ଼ାଉ ବେଳେ ଟୁନା ନାୟକ (୩୫) ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ। ତେବେ ଏହି ମାମଲରେ ଅନ୍ୟ କାର ସଂପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଚଳାଇଛି।






