Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର

by ସଞ୍ଜୟ ସ୍ୱାଇଁ
September 3, 2021
in Sports, WORLD
ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର
18
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ପ୍ରବୀଣ ଟି-୬୪ ବର୍ଗରେ ୨.୦୭ ମିଟର୍ ଜମ୍ପ ମାରି ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି। ପ୍ରବୀଣ ଆରମ୍ଭରୁ ହିଁ ନିଜ ପ୍ରଦର୍ଶନ ଦ୍ୱାରା ପଦକ ଜିତିବା ପାଇଁ ଦୃଢ଼ ଦାବିଦାର ହୋଇଥିଲେ। ଏହି ଇଭେଣ୍ଟରେ ଗ୍ରେଟ୍ ବ୍ରିଟେନର ଜୋନାଥନ ବ୍ରୁମ୍-ଏଡୱାର୍ଡ୍ସ ୨.୧୦ ମିଟର୍ ସହ ସ୍ୱର୍ଣ୍ଣ ଓ ପୋଲାଣ୍ଡର ଲେପିଆଟୋ ୨.୦୪ ମିଟର୍ ଜମ୍ପ ମାରି ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୮ ବର୍ଷୀୟ ପ୍ରବୀଣ ନିଜର ପ୍ରଥମ ଜମ୍ପରେ ୧.୮୮ ମିଟରକୁ କ୍ଲିୟର କରିନେଇଥିଲେ। ଏହା ପରେ ସେ ୧.୯୮ ମିଟରକୁ ପ୍ରଥମ ପ୍ରୟାସରେ ଅତିକ୍ରମ କରିଥିଲେ। ଏଥିସହ ସେ ଦେଶ ପାଇଁ ପଦକ ନିଶ୍ଚିତ କରିଥିଲେ। ସେ ଦୁଇଟି ପ୍ରୟାସରେ ୨.୦୧ ମିଟର୍ ଜମ୍ପକୁ କ୍ଲିୟର କରିଥିବା ବେଳେ ୨.୦୪ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିଦେଇଥିଲେ। ହେଲେ ସେ ୨.୦୭ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିପାରିନଥିବା ବେଳେ ଦ୍ୱିତୀୟ ପ୍ରୟାସରେ ଏହାକୁ କ୍ଲିୟର କରିନେଇଥିଲେ। ପ୍ରବୀଣ ୨.୧୦ ମିଟରକୁ ତିନୋଟି ଯାକ ପ୍ରୟାସରେ ପାସ୍ କରିପାରିନଥିଲେ। ଯେଉଁ କାରଣରୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!