Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହିଲ

by ସଞ୍ଜୟ ସ୍ୱାଇଁ
September 2, 2021
in Sports
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହିଲ
143
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ କୋହଲି ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସଚିନଙ୍କ ତୁଳନାରେ କୋହଲି କମ୍ ଇନିଂସରେ ଏହି ରେକର୍ଡର ଅଧିକାର ହୋଇଛନ୍ତି। କୋହଲିଙ୍କ ୨୩ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ ଥିଲା। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ କୋହଲି ଘରୋଇ ଦଳର ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ ଲଙ୍ଗ ଅନକୁ ଚୌକା ମାରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। କୋହଲି ଟେଷ୍ଟରେ ୭୬୭୧ ରନ୍ (ଚତୁର୍ଥ ଟେଷ୍ଟ ପୂର୍ବରୁ), ଦିନିକିଆରେ ୧୨୧୬୯ ରନ୍ ଏବଂ ଟି-୨୦ରେ ୩୧୫୯ ରନ୍ କରିଛନ୍ତି। କୋହଲି ୪୯୦ ଇନିଂସ୍ ଖେଳି ୨୩ହଜାରରୁ ଅଧିକ ରନ୍ କରିଛନ୍ତି। ସଚିନ୍ ତେନ୍ଦୁଲକର ୫୨୨ ଇନିଂସରେ ୨୩ହଜାର ରନର ମାଇଲଖୁଣ୍ଟ ଛୁଇଁଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ୍ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୫୪୪ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ ୫୫୧ ଇନିଂସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୫୬୮ ଇନିଂସ, ଭାରତର ରାହୁଲ୍ ଡ୍ରାଭିଡ୍ ୫୭୬ ଇନିଂସ୍ ଏବଂ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୬୪୫ ଇନିଂସରେ ୨୩ହଜାର ରନ୍ ପୂରଣ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୫୪ ରନ୍ କରିଛି । କ୍ୟାପଟେନ୍ କୋହଲି ୧୮ ଓ ରବୀନ୍ଦ୍ର ଜାଡେଜା ୨ ରନରେ ବ୍ୟାଟିଂ କରୁଛନ୍ତି। ତେବେ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ନିରାଶ କରିଛନ୍ତି। ରୋହିତ୍ ୧୧ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିବା ବେଳେ ରାହୁଲ (୧୭)ଙ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି ଓଲି ରବିନସନ୍। ଲିଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ଚେତେଶ୍ୱର ପୂଜାରା (୪)ଙ୍କୁ ଆଣ୍ଡରସନ୍ ଆଉଟ୍ କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!