Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଏନଏମ ଟ୍ରେନିଂ ସେଣ୍ଟର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି, ଫଳରେ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି

by ସଞ୍ଜୟ ସ୍ୱାଇଁ
September 2, 2021
in Education, State
ଏଏନଏମ ଟ୍ରେନିଂ ସେଣ୍ଟର  ବିଭିନ୍ନ ସମସ୍ୟା ଦେଇ ଗତି କରୁଛି, ଫଳରେ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି
62
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ସରକାରୀ ମେଡିକାଲ କଲେଜର ଏଏନଏମ ଟ୍ରେନିଂ ସେଣ୍ଟର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ହଷ୍ଟେଲର ସୁବିଧା ନାହିଁ କି ପ୍ରାକ୍ଟିକାଲ ହେଉନି । ଫଳରେ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଏନେଇ ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭିନ୍ନ ଆବଶ୍ୟକତା ନେଇ ସେମାନେ ଆନ୍ଦୋଳନ କରି ଆସୁଛନ୍ତି। ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯୫୯ ମସିହାରେ ଆରମ୍ଭ ହୋଇଥିଲା ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର । ସେବେଠୁ ଏହି ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟରରେ ତାଲିମ ଦିଆଯାଉଛି । ହେଲେ ଏବେ ଉକ୍ତ ସେଣ୍ଟରରେ ଅବ୍ୟବସ୍ଥା ଦେଖାଦେଇଛି । ଟ୍ରେନିଂ ନେଉଥିବା ଛାତ୍ରୀମାନଙ୍କ ରହିବା ପାଇଁ ହଷ୍ଟେଲ ଭାବେ ବ୍ୟବହୃତ ହେଉଥିବା ପୁରୁଣା ଘରକୁ ଦୁଇବର୍ଷ ପୂର୍ବରୁ ବିପଜନ୍ନକ ଭାବେ ଘୋଷଣା କରାଯାଇଥିଲା । ନୂଆ ହଷ୍ଟେଲ ବ୍ୟବସ୍ଥା ହେବା ପର୍ୟ୍ୟନ୍ତ ଛାତ୍ରୀମାନଙ୍କୁ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢିବାକୁ କୁହାଯାଇଥିଲା । ସେହିକ୍ରମରେ ଦ୍ୱିତୀୟ ବର୍ଷ ଛାତ୍ରୀ ଓ ୨୦୨୦ ଡିସେମ୍ବର ବ୍ୟାଚରେ ଆଡମିସନ ନେଇଥିବା ଛାତ୍ରୀମାନେ ପ୍ରାୟ ଆଠ ମାସ ହେବ ଘରେ ରହି ଅନଲାଇନ ଟ୍ରେନିଂ ନେଉଛନ୍ତି । ଇତିମଧ୍ୟରେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପରୀକ୍ଷାକୁ ଆଉ ମାତ୍ର ତିନି ମାସ ରହିଛି। ହେଲେ ଏଯାବତ ସେମାନେ କୌଣସି ପ୍ରକାର ପ୍ରାକ୍ଟିକାଲ ପ୍ରଶିକ୍ଷଣ ପାଇ ନଥିବା ଅଭିଯୋଗ କରିଛନ୍ତି । ସେହିପରି ପ୍ରଥମ ବର୍ଷର ଛାତ୍ରୀମାନେ ଆଦୌ କ୍ୟାମ୍ପସରେ ରହି ପାଠ ପଢିବାର ସୁଯୋଗ ପାଇ ନଥିବା ବେଳେ ସେମାନଙ୍କୁ ପରିଚୟ ପତ୍ର କିମ୍ବା ପୋଷାକ ମଧ୍ୟ ପ୍ରଦାନ କରାଯାଇନଥିବା କହିଛନ୍ତି । ଏଏନଏମ ଟ୍ରେନିଂରେ ପ୍ରାକ୍ଟିକାଲ ମୁଖ୍ୟ ହୋଇଥିବା ବେଳେ କେବଳ ଅନଲାଇନ ପାଠପଢାରେ କିପରି ସେମାନେ ପ୍ରଶିକ୍ଷଣ ପାଇବେ ବୋଲି ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତୁରନ୍ତ ନୂଆ ଘର ବ୍ୟବସ୍ଥା କରି ହଷ୍ଟେଲ ଖୋଲି ରହିବା ବ୍ୟବସ୍ଥା ପାଇଁ ଦାବି ହୋଇଛି। ସେହିପରି ପ୍ରାକ୍ଟିକାଲ କ୍ଳାସ ଦାବିରେ ପ୍ରାୟ ୭୦ ଜଣ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିଜର ଆସବାବପତ୍ର ଧରି ଧାରଣାରେ ବସିଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିବାନୁଯାୟୀ ସେ ଛାତ୍ରୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଏଏନଏମ ଟ୍ରେନିଂ ସେଣ୍ଟରରେ ହଷ୍ଟେଲ ପାଇଁ ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ଏହାର କାର୍ୟ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ଅନ୍ୟ ଏକ ଭଡାଘରେ ତୁରନ୍ତ ହଷ୍ଟେଲ ଚାଲୁ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଲୋଡାଯାଇଛି। ସାତ ଦିନ ମଧ୍ୟରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ପରିଚୟପତ୍ର ଓ ପୋଷାକ ପ୍ରଦାନ ସହ ଏକ ମାସ ମଧ୍ୟରେ ହଷ୍ଟେଲ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ହେଲେ ଅଧିକାରୀଙ୍କ ବାରମ୍ବାର ଏମିତି ପ୍ରତିଶ୍ରୁତି ପାଣିରଗାର ବୋଲି ଛାତ୍ରୀମାନେ କହିଛନ୍ତି। ତେଣୁ ତୁରନ୍ତ ହଷ୍ଟେଲ ଵ୍ୟଵସ୍ଥା କରି ପ୍ରାକ୍ଟିକାଲ କ୍ଳାସ କରିବାକୁ ଛାତ୍ରୀମାନେ ଜିଦରେ ଅଟଳ ଅଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!