Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ

by ସଞ୍ଜୟ ସ୍ୱାଇଁ
August 31, 2021
in Sports, State
ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ
42
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ସଙ୍ଗଠନ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ସଙ୍ଗଠନର ସଭାପତି ତଥା ବରିଷ୍ଠ ଶିକ୍ଷାବୀତ୍‌ ରଶ୍ମିତ ସାହାଣୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବର୍ଗର ଖେଳାଳି ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କ୍ରିକେଟର ରବି ପଣ୍ଡା, ଭାରୋତ୍ତୋଳକ ମଧୁଲିତା ରାଉତ, ବକ୍ସର ସପନ ଦେ, ଫୁଟବଲର କିଶୋର ଦାସ, ବାସ୍କେଟ ବଲ ଓ ହ୍ୟାଣ୍ଡ ବଲ ଖେଳାଳି ରାକେଶ ମିଶ୍ର, ବଡିବିଲ୍ଡର ଅଶୋକ ପଟ୍ଟନାୟକ, କ୍ରୀଡ଼ା ସଂଗଠକ ମୋହନ ଦାସ ପ୍ରମୁଖଙ୍କ ବିୟୋଗରେ ସେମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ ସ୍ୱତନ୍ତ୍ର ଅଥିଭାବେ ଅନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର ଯୋଗଦେଇ କ୍ରୀଡ଼ା ଦିବସ ପାଳନ ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ସମ୍ପାଦକ ସୁଶାନ୍ତ ବେହେରା, ସଙ୍ଗଠନ ସମ୍ପାଦକ ସତ୍ୟରଞ୍ଜନ ପଣ୍ଡା, ଆଇନ ଉପଦେଷ୍ଟା ଧୀରେନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ସାହାଣି କ୍ରୀଡ଼ା ଦିବସ ପାଳନ ଓ ମେଜର ଧ୍ୟାନ ଚାନ୍ଦଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଧ୍ୟାନଚାନ୍ଦଙ୍କର ୧୧୬ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସଙ୍ଗଠନର ଯୁଗ୍ମ କୋଷାଧ୍ୟକ୍ଷ ଏମ ମଧୁରବାଣୀ, ଅନ୍ତର୍ଜାତୀୟ ସାଇକ୍ଲିଂ ଅଫିସିଆଲ ନୃସିଂହ ଚରଣ ସାହୁ ପ୍ରମୁଖ କ୍ରୀଡ଼ା ଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେରୀ ପୂର୍ତ୍ତି, ସୋନମ ପୂର୍ତ୍ତି, ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ, ମାଷ୍ଟର ଆଥଲେଟ ଅଶୋକ ବିଶ୍ୱାଳ, ସିଲଭେଷ୍ଟାର ଡାଏସ, ତୁଷାର ତନ୍ମୟ ସ୍ୱାଇଁ, ଆୟୂଷ ଆଚାର୍ୟ୍ୟ, ବେସବଲ ଖେଳାଳି ସୁସ୍ମିତା ଚାରଦିଆ, କେଶବତୀ ମୋଦୀ, ଅଞ୍ଜଳି ପୂର୍ତ୍ତି, କସୀମା ତିର୍କୀ, କୌଶଲ୍ୟା ତିର୍କୀ, ସଫ୍ଟବଲ ଖେଳାଳି ଅନୁ ଓରାମ ଆଦି ଉପସ୍ଥିତ ଥିଲେ । କରୋନା କଟକଣା ନିୟମ ମଧ୍ୟରେ ପାଳିତ ଏହି କାର୍ୟ୍ୟକ୍ରମକୁ ପାନପୋଷ କ୍ରୀଡ଼ା ସଙ୍ଗଠନର ଉପସଭାପତି ମହେନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲା ବେଳେ ଅନ୍ୟତମ ସଦସ୍ୟ ରାଜେଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!