Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ କ୍ରୀଡା ପ୍ରେମୀଙ୍କ ପାଇଁ ନିରାଶଜନକ ଖବର, ଡିସକସ୍‌ ଥ୍ରୋ ବିନୋଦ କୁମାରଙ୍କୁ ମିଳିବ ନାହିଁ ଜିତିଥିବା କାଂସ୍ୟ ପଦକ

by ସଞ୍ଜୟ ସ୍ୱାଇଁ
August 30, 2021
in NATIONAL NEWS, Sports
ଭାରତୀୟ କ୍ରୀଡା ପ୍ରେମୀଙ୍କ ପାଇଁ ନିରାଶଜନକ ଖବର, ଡିସକସ୍‌ ଥ୍ରୋ ବିନୋଦ କୁମାରଙ୍କୁ ମିଳିବ ନାହିଁ ଜିତିଥିବା କାଂସ୍ୟ ପଦକ
113
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ କ୍ରୀଡା ପ୍ରେମୀଙ୍କ ପାଇଁ ନିରାଶଜନକ ଖବର। ଭାରତୀୟ ଡିସକସ୍‌ ଥ୍ରୋ ଖେଳାଳି ବିନୋଦ କୁମାର ରବିବାର ପାରା ଅଲିମ୍ପିକ୍ସରେ ନିଜର କାଂସ୍ୟ ପଦକ ଜିତିଥିଲେ। ହେଲେ ତାଙ୍କୁ ଏବେ କାଂସ୍ୟ ପଦକ ମିଳିବ ନାହିଁ। ବିରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ନିଷ୍ପତ୍ତି ହୋଇଛି ଯେ, ବିନୋଦଙ୍କୁ ପଦକ ମିଳିବ ନାହିଁ। ଟୋକିଓ ପାରା ଅଲିମ୍ପିକ୍ସର ବୈଷେୟିକ ପ୍ରତିନିଧି ସ୍ଥିର କରିଛନ୍ତି ଯେ, ବିନୋଦ କୁମାର ଡିସକସ୍ ଥ୍ରୋ(ଏଫ ୫୨ କ୍ଲାସ୍) ପାଇଁ ଯୋଗ୍ୟ ଶ୍ରେଣୀରେ ଆସୁନାହାନ୍ତି। ରବିବାର ବିନୋଦ କୁମାର ପଦକ ଜିତିଥିଲେ। ମାତ୍ର ତାଙ୍କୁ ବିକଳାଙ୍ଗ ବର୍ଗରେ ବିରୋଧ କରାଯାଇଥିଲା। ଏହା ପରେ ପଦକ ପ୍ରଦାନ ସମାରୋହ ରୋକା ଯାଇଥିଲା। ବିଏସଏଫର ୪୧ ବର୍ଷର ଯବାନ ବିନୋଦ କୁମାର ୧୯.୯୧ ମିଟର ସର୍ବଶ୍ରେଷ୍ଠ ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ସେ ପୋଲାଣ୍ଡର ପିୟୋଟ୍ର କୋସୋଭିଜ(୨୦.୦୨) ଓ କ୍ରୋଏସିଆର ଭେଲିମିର ସେଣ୍ଡୋର(୧୯.୯୮ ମିଟର) ପଛରେ ରହି ତୃତୀୟ ସ୍ଥାନ ହାସଲ କରିଥିଲେ। ମାତ୍ର ଫଳାଫଳ ପରେ ଏଫ ୫୨ରେ ତାଙ୍କର ଯୋଗ୍ୟତା ଉପରେ ଆପତ୍ତି ପ୍ରକାଶ ପାଇଥିଲା। ଏବେ ବୈଷେୟିକ କମିଟି ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ପାରା ଅଲିମ୍ପିକ୍ସ କମିଟି ଭାରତର ଆଥଲେଟ୍ ବିନୋଦ କୁମାରଙ୍କୁ ସ୍ପୋର୍ଟ୍ସ କ୍ଲାସ୍ ପ୍ରଦାନ କରି ପାରିବ ନାହିଁ। ଖେଳାଳି ମଧ୍ୟ ବିକଳାଙ୍ଗ ବର୍ଗରେ ଯୋଗ୍ୟତା ହାସଲ(ସିଏନସି) କରିବାରେ ବ୍ୟର୍ଥ ହୋଇଛନ୍ତି। ଏହା ଅନୁଯାୟୀ, ଆଥଲେଟ୍ ପୁରୁଷ ବର୍ଗର ଏଫ ୫୨ ଡିସକସ୍ ଥ୍ରୋ ପାଇଁ ଅଯୋଗ୍ୟ ଏବଂ ଅମାନ୍ୟ ଅଟନ୍ତି। ଏଫ ୫୨ ପ୍ରତିଯୋଗିତାରେ ସେହି ଆଥଲେଟ୍ ଅଂଶଗ୍ରହଣ କରି ପାରିବେ ଯାହାଙ୍କ ମାଂସପେଶୀର କ୍ଷମତା ଦୁର୍ବଳ ଥିବ। ତାଙ୍କର ଗତି ସୀମିତ ଥିବ। ହାତ ବିକଳାଙ୍ଗ ଥିବ କିମ୍ଦବା ପାଦର ଲମ୍ବ ସମାନ ନଥିବ। ଯେଉଁଥିରେ ଖେଳାଳି ବସି କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଯେଉଁ ଖେଳାଳିଙ୍କ ଅଙ୍ଗ କଟାଯାଇଥିବ ସେମାନେ ମଧ୍ୟ ପାରା ଅଲିମ୍ପିକ୍ସରେ ଭାଗ ନେଇ ପାରିବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!