Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟାନିକଜାଇ କହିଛନ୍ତି ଭାରତ ଓ ପାକିସ୍ତାନ ସେମାନଙ୍କର ଅନ୍ତରୀଣ ମାମଲାରେ ଆଫଗାନିସ୍ତାନର ବ୍ୟବହାର ନକରିବା ଦରକାର

by ସଞ୍ଜୟ ସ୍ୱାଇଁ
August 30, 2021
in WORLD
ଷ୍ଟାନିକଜାଇ କହିଛନ୍ତି ଭାରତ ଓ ପାକିସ୍ତାନ ସେମାନଙ୍କର ଅନ୍ତରୀଣ ମାମଲାରେ ଆଫଗାନିସ୍ତାନର ବ୍ୟବହାର ନକରିବା ଦରକାର
156
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତାଲିବାନ ନେତା ଶେର ମହମ୍ମଦ ଆବାସ ଷ୍ଟାନିକଜାଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଷ୍ଟାନିକଜାଇ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ସେମାନଙ୍କର ଅନ୍ତରୀଣ ମାମଲାରେ ଆଫଗାନିସ୍ତାନର ବ୍ୟବହାର ନକରିବା ଦରକାର। କାବୁଲରେ ତାଲିବାନର ସରକାରରେ ଷ୍ଟାନିକଜାଇ ବିଦେଶ ମାମଲା ସମ୍ଭାଳୁଛନ୍ତି। ସିଏନଏନ-ନ୍ୟୁଜ୍୧୮ ସହ ଏକ୍ସକ୍ଲ୍ୟୁସିଭ୍ ଇଣ୍ଟରଭ୍ୟୁରେ ଷ୍ଟାନିକଜାଇ କହିଛନ୍ତି, ତାଲିବାନ ତା’ର ପଡ଼ୋଶୀ ଗୁଡ଼ିକ ସହ ଭଲ ସମ୍ପର୍କ ରଖିବାକୁ ଚାହେଁ। ତାଲିବାନ ସରକାର ଦ୍ୱାରା ଭାରତ ପ୍ରତି ପ୍ରତିକୂଳାତ୍ମକ ଶତ୍ରୁତା ରଖିବା କିମ୍ବା ପାକିସ୍ତାନ ସହ ମିଶି ଭାରତକୁ ଟାର୍ଗେଟ୍ କରିବା ଆଶଙ୍କା ସମ୍ବନ୍ଧରେ ଷ୍ଟାନିକଜାଇଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ମିଡିଆରେ ଯେଉଁ ସବୁ ଖବର ଆସୁଛି, ତାହା ଭୁଲ୍। ଆମେ କେବେବି ଏଭଳି ମନ୍ତବ୍ୟ ଦେଇନାହୁଁ ଏବଂ ନା ଆମ ତରଫରୁ ଏଭଳି କୌଣସି ସଂକେତ ଦିଆଯାଇଛି। ଆମେ ଆମ ପଡ଼ୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ। ତାଲିବାନୀ ନେତା ଜଣକ ଆହୁରି କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଭୌଗୋଳିକ ଓ ରାଜନୀତିକ ବିବାଦ ସମ୍ବନ୍ଧରେ ଆମେ ଅବଗତ ଅଛୁ। କିନ୍ତୁ ଉଭୟ ଦେଶର ଅନ୍ତରୀଣ ମାମଲାରେ ଯେପରି ଆଫଗାନିସ୍ତାନର କୌଣସି ବ୍ୟବହାର ନହେବ, ତାକୁ ନେଇ ଆମେ ଆଶାବାଦୀ ଅଛୁ। ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ ବିବାଦ ସୀମା ରହିଛି। ଦୁଇ ଦେଶ ଯଦି ଚାହିଁବେ ତାହେଲେ ନିଜ ନିଜର ସୀମାରେ ଲଢ଼ିପାରିବେ। କିନ୍ତୁ ଏଥିପାଇଁ ଆଫଗାନିସ୍ତାନର ବ୍ୟବହାର ନହେଉ ଏବଂ ଆମେ ମଧ୍ୟ କୌଣସି ଦେଶକୁ ଆମ ଜାଗାର ବ୍ୟବହାର କରିବାକୁ ଦେବୁ ନାହୁଁ। ଏହା ପୂର୍ବରୁ ତାଲିବାନର ମୁଖପାତ୍ର ସୁହେଲ ଶାହିନ୍ କହିଥିଲେ ଯେ ଆଫଗାନିସ୍ତାନରେ ଭାରତର ବିକାଶମୂଳକ ପ୍ରୋଜେକ୍ଟକୁ ନେଇ ତାଲିବାନର କୌଣସି ଅସୁବିଧା ନାହିଁ। ଯେହେତୁ କାବୁଲରେ ଭାରତ ଅଶରଫ ଗାନି ସରକାରଙ୍କୁ ସମର୍ଥନ କରୁଥିଲା, ସେଥିପାଇଁ ତାଲିବାନ ଭାରତକୁ ବିରୋଧ କରୁଥିଲା। ଭାରତ ଦ୍ୱାରା ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଅନେକ ବିକାଶମୂଳକ କାର୍ୟ୍ୟ ଚାଲିଛି। ସଡ଼କ ଠାରୁ ଆରମ୍ଭ କରି ସଂସଦ ଭବନ ପର୍ୟ୍ୟନ୍ତ ଚାଲିଥିବା ବିକାଶମୂଳକ କାର୍ୟ୍ୟକୁ ନେଇ ଶାହିନ କହିଛନ୍ତି ଯେ ଲୋକଙ୍କ ହିତ ପାଇଁ ହେଉଥିବା ଯଦି କୌଣସି ପ୍ରୋଜେକ୍ଟ ଅଧୁରା ରହିଛି, ତାହେଲେ ଏହା ପୂରଣ କରାଯିବା ଦରକାର।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!