Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

by ସଞ୍ଜୟ ସ୍ୱାଇଁ
August 30, 2021
in Planning and Development, State
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
161
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ସ୍ନାତକ (ୟୁଜି) ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି ସ୍ନାତକ ଶେଷ ସେମିଷ୍ଟାରର ପରୀକ୍ଷାର ଫାଇନାଲ ମାର୍କସିଟ୍‌ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍‌ ଶୀଘ୍ର ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସତ୍ତ୍ବେ ଏପର୍ୟ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍‌ ଦିଆଯାଇନାହିଁ। ଅନେକ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି। ପୂର୍ବରୁ ପ୍ରୋଭିଜିନାଲ ମାର୍କସିଟ୍‌ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା କରାଯାଉଛି। ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀମାନେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଭାରଥିଆର ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ମୁମ୍ବାଇ ବିଶ୍ବବିଦ୍ୟାଳୟ, କୁମାଁଉ ବିଶ୍ବବିଦ୍ୟାଳୟ ଭଳି ଅନେକ ବିଶ୍ବବିଦ୍ୟାଳୟରେ ଆଡ଼ମିସନ ତାରିଖ ନିକଟବର୍ତ୍ତୀ ହେଉଥିବାରୁ ଛାତ୍ରଛାତ୍ରୀମାନେ ନେଇ ଦ୍ବନ୍ଦରେ ଅଛନ୍ତି। ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ୍‌ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍‌ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍‌ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ନାତକତୋର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!