କାବୁଲ, (ବାଘୁଆବାର୍ତ୍ତା): କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣ ଆତଙ୍କବାଦୀ ନୁହେଁ ବରଂ ଆମେରିକା ପକ୍ଷରୁ ଏୟାରଷ୍ଟ୍ରାଇକ୍ । ISIS-Kର ଆଡ୍ଡା ଉପରେ ଆତ୍ମଘାତୀ ବିସ୍ଫୋରକ ଉପରକୁ ଆମେରିକା ସେନା ଏୟାରଷ୍ଟ୍ରାଇକ୍ କରିଥିବା ନେଇ ସୂଚନା ମିଳିଛି । ଏ ନେଇ ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ସୂଚନା ଦିଆଯାଇଛି । ISIS-Kର ଆତ୍ମଘାତୀ ବିସ୍ଫୋରକ ରହୁଥିବା ଆଡ୍ଡା ଉପରକୁ ରକେଟ୍ ମାଡ କରାଯାଇଛି । ଆମେରିକା ପକ୍ଷରୁ ଯେଉଁ ଘର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି ସେଠାରେ ଆତ୍ମଘାତି ବିସ୍ଫେରଣ ପାଇଁ ଯୋଜନା ଚାଲିଥିଲା । ଏହା ପୂର୍ବରୁ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୭୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିଲା । ଘଟଣାରେ ISIS-K ସଂପୃକ୍ତି ଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଆକ୍ସନ ନିଆଯାଇଥିଲା । ତେବେ ରବିବାର ପୁଣି ଥରେ ଆତ୍ମଘାତି ବିସ୍ଫୋରଣ ପାଇଁ ISIS-K ଯୋଜନା କରୁଥବା ବେଳେ ଆକ୍ରମଣ କରିଛି ଆମେରିକା । ପୂର୍ବରୁ ISIS-K ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବା ନେଇ ଖବର ମିଳିଥିଲା । କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ଆମେରିକା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ୍ରେ ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣ ଆହତ ମଧ୍ୟ ହୋଇଥିବା ଖବର ରହିଛି ।





