କାବୁଲ, (ବାଘୁଆବାର୍ତ୍ତା): କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ । ତେବେ ଏଥିରେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା କିଛି ଜଣାପଡ଼ିନାହିଁ । ସିରିଜ୍ ବିସ୍ଫୋରଣର ତିନି ଦିନ ପରେ ପୁଣି ଥରେ ବିସ୍ଫୋରଣ ହୋଇଛି ।





