Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନରେ ଥିବା ବ୍ରିଟିଶ ସେନାର ଅବଶିଷ୍ଟ ସୈନିକ ନିଜ ଦେଶ ଫେରିଆସିଛନ୍ତି

by ସଞ୍ଜୟ ସ୍ୱାଇଁ
August 29, 2021
in WORLD
ଆଫଗାନିସ୍ତାନରେ ଥିବା ବ୍ରିଟିଶ ସେନାର ଅବଶିଷ୍ଟ ସୈନିକ ନିଜ ଦେଶ ଫେରିଆସିଛନ୍ତି
59
VIEWS
Share on FacebookShare on Twitter

କାବୁଲ୍, (ବାଘୁଆବାର୍ତ୍ତା): ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଉପସ୍ଥିତ ବ୍ରିଟିଶ ସେନାର ଅବଶିଷ୍ଟ ସୈନିକ ନିଜ ଦେଶ ଫେରିଆସିଛନ୍ତି । ବ୍ରିଟିଶ ସୈନିକମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଯୁଦ୍ଧ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନରେ ଉପସ୍ଥିତ ଥିଲେ । ତେବେ ଏହି କାମ ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ସୈନିକଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି । ଯେଉଁମାନେ ଏହି କଷ୍ଟଦାୟକ ଅବସ୍ଥାରେ ସେଠାରୁ ବହୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ । ପୂର୍ବରୁ ବ୍ରିଟିଶ ସରକାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିସାରିଛନ୍ତି । ଆଫଗାନିସ୍ତାନରୁ ବାହାରକୁ ଯିବାକୁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବ୍ରିଟିଶ ସେନା ପାଇଁ ଲେଖାଯାଇଥିବା ସରକାରୀ ବିବୃତ୍ତିରେ ବୋରିସ୍ ଜନସନ ତାଙ୍କୁ ସୈନିକଙ୍କ କାର୍ୟ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କର ମିଶନ ‘ଅପରେସନ୍ ପିଟିଂ’ର ସଫଳତା ପାଇଁ ସେ ତାଙ୍କ ସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୋରିସ୍ ଜନସନ ତାଙ୍କ ସୈନ୍ୟବାହିନୀକୁ କହିଛନ୍ତି ଯେ ତୁମର ସାହସିକତା ପାଇଁ ଗର୍ବୀତ । ବ୍ରିଟିଶ ସୈନକ ଏବଂ କୂଟନୀତିଜ୍ଞଙ୍କୁ ନେଇ କାବୁଲ ବିମାନବନ୍ଦରରୁ ଶେଷ ବିମାନ ଶନିବାର ବିଳମ୍ବିତ ରାତିରେ ଛାଡିଥିଲା । ଆଫଗାନିସ୍ତାନରୁ ସାଧାରଣ ନାଗରିକଙ୍କୁ ନେଇ ବ୍ରିଟେନକୁ ଶେଷ ବିମାନ ମଧ୍ୟ ଏହାର କିଛି ଘଣ୍ଟା ପୂର୍ବରୁ ଛାଡିଥିଲା । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଆମର ସୈନ୍ୟବାହିନୀ ଅନେକ ବଳିଦାନ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!