Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ସହ ତାଲିବାନର ସମ୍ପର୍କ କେମିତି ରହିବ, ତା’କୁ ନେଇ ଜାରି ରହିଛି ଚର୍ଚ୍ଚା ଓ ଆଲୋଚନା

by ସଞ୍ଜୟ ସ୍ୱାଇଁ
August 28, 2021
in WORLD
ଭାରତ ସହ ତାଲିବାନର ସମ୍ପର୍କ କେମିତି ରହିବ, ତା’କୁ ନେଇ ଜାରି ରହିଛି ଚର୍ଚ୍ଚା ଓ ଆଲୋଚନା
35
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ତାଲିବାନର ସମ୍ପର୍କ କେମିତି ରହିବ, ତା’କୁ ନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ଏସବୁ ଭିତରେ ତାଲିବାନ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ଭାରତ ସମେତ ବିଶ୍ୱର ସବୁ ରାଷ୍ଟ୍ର ସହ ତାଲିବାନ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। ଆଫଗାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ କେବେ ହେଲେ ଦିଆଯିବ ନାହିଁ ବୋଲି ତାଲିବାନର ମୁଖପାତ୍ର ଜୈବହୁଲ୍ଲା ମୁଜାହିଦ ଦମ୍ଭୋକ୍ତି କରିଛନ୍ତି। ଏଥିସହ ତାଲିବାନ ସବୁବେଳେ ଭାରତକୁ ଏହି ରିଜନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ବିବେଚନା କରିଥାଏ ବୋଲି ସେ କହିଛନ୍ତି। ପାକିସ୍ତାନର ଗୋଟିଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୁଜାହିଦ କହିଛନ୍ତି, “ଆମେ ଭାରତ ସମେତ ସବୁ ଦେଶ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛୁ। କାରଣ ଭାରତ ହେଉଛି ଏହି ରିଜନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଫଗାନବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଭାରତ ତା’ର ନୀତି ନିର୍ଦ୍ଧାରଣ କଲୁ ବୋଲି ଆମର ଇଚ୍ଛା। ଭାରତ ସହ ସମ୍ପର୍କ ଖରାପ କରିବାକୁ ଆମେ କେବେ ହେଲେ ଚାହିଁବୁ ନାହିଁ।” ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ବିଭିନ୍ନ ଆତଙ୍କୀ ସଂଗଠନ ଶୁଭେଚ୍ଛା ଜଣାଇଥିଲେ। ସମ୍ଭବତଃ ସେମାନେ ବିଭିନ୍ନ ରାଷ୍ଟ୍ର ବିପକ୍ଷରେ ତାଲିବାନ ଜରିଆରେ ଆଫଗାନ ମାଟିକୁ ବ୍ୟବହାର କରିବେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ଏ ସଂକ୍ରାନ୍ତ ପ୍ରଶ୍ନରେ ମୁଜାହିଦ କହିଛନ୍ତି, ଆମେ ପୂର୍ବରୁ କହି ସାରିଛୁ ଓ ଏବେ ଆଉ ଥରେ କହୁଛୁ ଯେ କେବେ ହେଲେ ‍ଆଫଗାନ ମାଟିକୁ କୌଣସି ରାଷ୍ଟ୍ର ବିରୋଧରେ ବ୍ୟବହାର କରିବାକୁ ଅନୁମତି ଦେବୁନି। ଆମ ନୀତି ପୂରା ସ୍ପଷ୍ଟ। ତେଣୁ ଏଥିରେ କେହି ବି କିଛି ଦ୍ୱନ୍ଦ୍ୱ ପ୍ରକାଶ କରିବା କଥା ନୁହେଁ ବୋଲି ସେ କହିଛନ୍ତି। ମୁଜାହିଦ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମ୍ପର୍କରେ ମତ ରଖି କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ବିବାଦର ସମାଧାନ କରିବା ଉଚିତ। କାରଣ ଉଭୟ ପରସ୍ପରର ପଡ଼ୋଶୀ ଓ ଦୁଇ ଦେଶର ସ୍ୱାର୍ଥ ପରସ୍ପର ଉପରେ ନିର୍ଭର କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!