Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢେଙ୍କାନାଳର ସଦାଶିବପୁରଠାରେ ପ୍ରତିଷ୍ଠା ହେବ ତୈଳ ଡିପୋ

by ସଞ୍ଜୟ ସ୍ୱାଇଁ
August 26, 2021
in Planning and Development, State
ଢେଙ୍କାନାଳର ସଦାଶିବପୁରଠାରେ ପ୍ରତିଷ୍ଠା ହେବ ତୈଳ ଡିପୋ
59
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଢେଙ୍କାନାଳର ସଦାଶିବପୁରଠାରେ ହେବ କମନ ୟୁଜର ଫାସିଲିଟିର ତୈଳ ଡିପୋ। ଆସନ୍ତା ୨୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେବ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରଦୀପ ସିଂହ ପୁରୀ ଯୋଗଦେବେ। ଏନେଇ ଇଣ୍ଡିଆନ୍‌ ଅଏଲ୍‌ ଲିମିଟେଡ୍‌ (ଆଇଓସିଏଲ୍‌) ଓଡ଼ିଶା ମୁଖ୍ୟ ସୁଭୋଜିତ ଘୋଷ ସୂଚନା ଦେଇଛନ୍ତି। ସଦାଶିବପୁରଠାରେ ନିର୍ମାଣ ହେବାକୁ ଥିବା ତୈଳ ଡିପୋରେ ଏମ୍‌ଏସ୍‌, ଏଚଏସଡି, ଇଥାନଲ ଓ ବାୟୋ ଡିଜେଲକୁ ସଂରକ୍ଷିତ କରି ରଖାଯିବ। ୪୨,୦୦୦ କିଲୋ ଲିଟର ଷ୍ଟୋରେଜ କ୍ଷମତା ରହିବ। ଏହି ଡିପୋ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠାରୁ ୪୯.୬୭୧ ଏକର ଜାଗା କିଣାଯାଇଛି। ଏହାଦ୍ୱାରା ପେଟ୍ରୋଲିୟମ ପରିବହନ ଖର୍ଚ୍ଚ ହ୍ରାସ ପାଇବ ବୋଲି ସୁଭୋଜିତ ଘୋଷ କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରାୟ ୫୦ ଏକର ଜମିରେ ୩୯୫ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ ଅଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲର ମିଳିତ ସହଭାଗିତାରେ ଏହି ପ୍ରକାଳ୍ପ ନିର୍ମାଣ କରାଯିବ। ଏହି ଡିପୋ ଦ୍ୱାରା ଅନୁଗୋଳ, କେନ୍ଦୁଝର, ଦେବଗଡ ଓ ଢେଙ୍କାନଳ ଜିଲ୍ଲା ଲୋକେ ବିଶେଷ ଉପକୃତ ହେବେ। ତେବେ ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନାରେ ୨ ଲକ୍ଷ ମାନବଦିବସ ସୃଷ୍ଟି ହେବ। ତେବେ ଏହି ପ୍ରକଳ୍ପ ପରେ ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ ମିଳିତ ସହଭାଗୀତାରେ ଧ୍ରୁତା ପେଟ୍ରୋଲିୟମ୍ କମନୟୁଜର ଫାସିଲିଟି ପ୍ରକଳ୍ପ ସ୍ଥାପନ କରିବାର ଯୋଜନା ରହିଛି। ସେହିପରି ପଶ୍ଚିମ ଓଡ଼ିଶାର ଝାରସୁଗୁଡାଠାରେ ପେଟ୍ରୋଲିୟମ୍‌ ଟର୍ମିନାଲ ସ୍ଥାପନ ପାଇଁ ବିପିସିଏଲ୍‌ କଳ୍ପନା କରିଛି। ଏଥିପାଇଁ ବିପିସିଏଲ ଓ ଏଚପିସିଏଲ ସହ ମିଶି ୯୮ ଏକର ଜାଗା ଚିହ୍ନଟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲର ରାଜ୍ୟ ମୁଖ୍ୟ ସୁଭୋଜିତ ଘୋଷ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!