Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମେରିକା ସୈନିକଙ୍କ ମଜା ଉଡ଼ାଇଲା ତାଲିବାନ, ଯେଉଁଥିରେ ଆମେରିକୀୟ ସୈନ୍ୟ ତାଲିବାନ ପତାକା ହାତରେ ଧରିଥିବା ଦେଖିବାକୁ ମିଳିଛି

by ସଞ୍ଜୟ ସ୍ୱାଇଁ
August 22, 2021
in WORLD
ଆମେରିକା ସୈନିକଙ୍କ ମଜା ଉଡ଼ାଇଲା ତାଲିବାନ, ଯେଉଁଥିରେ ଆମେରିକୀୟ ସୈନ୍ୟ ତାଲିବାନ ପତାକା ହାତରେ ଧରିଥିବା ଦେଖିବାକୁ ମିଳିଛି
126
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବଜା କରିବା ପରେ ତାଲିବାନର ବର୍ବରତା ବଢିବାରେ ଲାଗିଛି । ଆଫଗାନିସ୍ତାନରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଏହାମଧ୍ୟରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଆମେରିକୀୟ ସୈନ୍ୟ ତାଲିବାନ ପତାକା ହାତରେ ଧରିଥିବା ଦେଖିବାକୁ ମିଳିଛି । ସୈନ୍ୟମାନେ ଦ୍ୱିତୀୟ ବିଶ୍ୱୟୁଦ୍ଧ ବେଳେ ଧରିଥିବା ଆମେରିକା ପତାକା ଭଳି ତାଲିବାନର ପତାକା ଧରିଛନ୍ତି । ଡେଲିମେଲର ରିପୋର୍ଟ ଅନୁସାରେ, ପ୍ରକୃତରେ ଫଟୋରେ ତାଲିବାନର ସଦସ୍ୟ ଆମେରିକା ରାଇଫଲ, ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ଓ ନାଇଟ୍ ଭିଜିଅନ୍ ଗ୍ଲାସ୍ ପିନ୍ଧି ତାଲିବାନର ପତାକା ଉଡାଉଛନ୍ତି । ତାଲିବାନର ଏହି ଫଟୋ ଠିକ୍ ସେପରି ହୋଇଛି ଯେପରିକି ୧୯୪୫ରେ ଇବୋଜିମା ଯୁଦ୍ଧରେ ଆମେରିକୀୟ ଯବାନ ସୁରିବାଚୀ ପର୍ବତରେ ପତାକା ଉଡାଇଥିଲେ ।ଏପରି ଭାବେ ତାଲିବାନର ବଦ୍ରୀ ବାୟାଲିୟନ ଆମେରିକାର ମଜାକ ଉଡାଇଛି । ତାଲିବାନର ବଦ୍ରୀ ୩୧୩ ବାଟାଲିୟନ ଏକ ସ୍ୱତନ୍ତ୍ର ୟୁନିଟ୍ ଅଟେ । ଏହି ୟୁନିଟର ସଦସ୍ୟ ଆମେରିକୀୟ ମେରାଇନ୍ କମାଣ୍ଡୋଙ୍କ ଭଳି ଅଟନ୍ତି। ଏହି ଆତଙ୍କବାଦୀମାନେ ଏ୪ ରାଇଫଲ, ବଡି ଆର୍ମର, ନାଇଟ୍ ଭିଜିଅନ ଗ୍ଲାସ୍, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସହ ହମ୍ବିଜ ଗାଡି ଚଳାଇଥାନ୍ତି । ସେମାନଙ୍କୁ ତାଲିବାନ ରାଜଧାନୀ କାବୁଲ ସମେତ ଅନ୍ୟ ସ୍ଥାନରେ ମୁତୟନ କରିଛି । ଏହି ବାଟାଲିୟନକୁ ଆଗାମୀ ଦିନରେ ତାଲିବାନ ଆହୁରି ମଜବୁତ କରିବାକୁ ଯୋଜନା କରୁଛି । ଏହି ବାଟାଲିୟନ ତରଫରୁ ଜାରି ଭିଡିଓରେ ଆତଙ୍କବାଦୀମାନେ ଆମେରିକୀୟ ସୈନ୍ୟଙ୍କ ଭଳି ଦେଖାଯାଉଛନ୍ତି । କାନ୍ଧରେ ଏକେ-୪୭ ରାଇଫଲ୍ ଧରିଛନ୍ତି । ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀମାନେ ୨୮ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ହାତେଇଛନ୍ତି । ଏହି ସବୁ ଅସ୍ତ୍ର ୨୦୦୨ରୁ ୨୦୦୭ ମଧ୍ୟରେ ଆଫଗାନିସ୍ତାନ ସେନାକୁ ପ୍ରଦାନ କରାଯାଇଥିଲା । ତେବେ ଏହି ଫଟୋ ସେୟାର କରି ଆତଙ୍କବାଦୀମାନେ ଆତ୍ୟାଧୁନିକ ଅସ୍ତ୍ରରେ ସୁସଜ୍ଜିତ ଥିବା ନେଇ ବାର୍ତ୍ତା ଦେଇଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!