ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଦଶପଲ୍ଲା ୫୭ନଂ ଜାତୀୟ ରାଜପଥ ସଂପଡା ନୂଆସାହି ନିକଟରେ ଶୁକ୍ରବାର ରାତି ୩ଟା ସମୟରେ ଏକ କାର ଗାଡି ଦୂୁର୍ଘଟଣାରେ ଜଣଙ୍କର ତ୍ମତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁସାରେ, ପୁରୀ ଜିଲ୍ଲା କଣାସ କଟପଡା ଗ୍ରାମର ପ୍ରମୋଦ କୁମାର ବେହେରାଙ୍କ ପୁଅ ବିଶ୍ୱରଂଜନ ବେହେରା ( ୨୪ )ବର୍ଷ, ପ୍ରଫୁଲ ବେହେରା (୪୨)ବର୍ଷ ଏକ ହୁଣ୍ଡାଇ କାର ଗାଡି ନମ୍ୱର( ଓଡି ୦୨ ବିଏମ୍ ୧୦୦୯)ରେ ବଲାଙ୍ଗିର ଯାଉଥିବା ବେଳେ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ସଂପଡା ନୂଆସାହି ନିକଟବର୍ତୀ ଏକ ଗଛରେ ଧକ୍କା ହୋଇ ଗାଡିଟି ରାସ୍ତାରେ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ପରିଡା ଗ୍ରାମର କିଛି ଯୁବକ ପହଁଚି ଗାଡିରୁ ଆହାତ ୩ ଜଣଙ୍କୁ ବାହାର କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ମହିପୁର ଫାଣ୍ଡି ପୁଲିସ୍ ପହଞ୍ଚିବା ପରେ ଗୁରୁୁତର ଆହାତ ମାନଙ୍କୁ ୧୦୮ ଆମ୍ୱୁଲାନ୍ସ ଗାଡି ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଚିକିତ୍ସା ଅବସ୍ଥାରେ ବିଶ୍ୱ ରଂଜନ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଗାଡିକୁ ଜବତ କରିଥିବା ନେଇ ମହିପୁର ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରକାଶ କରିଛନ୍ତି ।





