Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି

by ସଞ୍ଜୟ ସ୍ୱାଇଁ
August 20, 2021
in Education, State
ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି
41
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ବ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ବରର ପୁଷ୍ପଗିରି ଲେକଚର ହଲ୍ କମ୍ପ୍ଲେକ୍ସ ଏବଂ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ବ ଦିଆଯାଇଛି । ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ,ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଦିଗ ହେଉଛି ଭାରତର ଆଂଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତର ନୂଆ ମାନଚିତ୍ର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ୨୦୧୮ ଡ଼ିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ଆଇଆଇଟି ଭୁବନେଶ୍ବର କ୍ୟାମ୍ପସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗସ୍ତ କରିବା ପରେ ଆଇଆଇଟିର ସାମାଜିକ ମର୍ୟ୍ୟାଦା ସହ ଗୁଣାତ୍ମକ ମାନ ବୃଦ୍ଧି ପାଇଛି । ୮୦୦ ବେଡ୍ ବିଶିଷ୍ଟ ଋଷିକୂଲ୍ୟା ଛାତ୍ରାବାସ ଏବଂ ଅତ୍ୟାଧୁନିକ ଲେକଚର ହଲର ଶୁଭାରମ୍ଭ କରାଯାଇ ଏଠାରେ ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି । ଏହି ଶିକ୍ଷାନୁଷ୍ଠାନ ବିଶ୍ବ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ । ଦେଶର ଆଇଆଇଟି ବିଶ୍ବ ଓ ଦେଶର ବୈଷୟିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଶିଳ୍ପ ବିପ୍ଳବ ୪.୦ ବିଶ୍ବର ବିକାଶ ପାଇଁ ବ୍ୟବସାୟର ନୂଆ ମଡ଼େଲ ଆବଶ୍ୟକତା କରୁଥିବା ବେଳେ ଆଇଆଇଟି ଭୁବନେଶ୍ବର ଏଥିପାଇଁ ନୂଆ ବ୍ୟବସାୟ ଓ ଆରô୍ଥକ ମଡ଼େଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଦରକାର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟି ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟପେୟର ପ୍ରଚାର ପ୍ରସାର କରିବା ପାଇଁ ଆହ୍ବାନ କରିଥିଲେ । ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଆ ପିଲାଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ବର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠା (ଏସଡିଆଇ) ଭୁବନେଶ୍ବର ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!