Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିକ୍ୟୁରିଟି ଗାର୍ଡ଼ ଦେଖୁଛନ୍ତି ରୋଗୀ

by ସଞ୍ଜୟ ସ୍ୱାଇଁ
August 19, 2021
in Feature News
ସିକ୍ୟୁରିଟି ଗାର୍ଡ଼ ଦେଖୁଛନ୍ତି ରୋଗୀ
21
VIEWS
Share on FacebookShare on Twitter

ହିଞ୍ଜିଳିକାଟୁ,(ବାଘୁଆବାର୍ତ୍ତା): ଡାକ୍ତରଖାନାରେ ନଥିଲେ ଡାକ୍ତର। ଶେଷରେ ରୋଗୀଙ୍କ ସେବାରେ ଲାଗି ପଡ଼ିଲେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡ଼। ଶୁଣିବାକୁ ବିଶ୍ବାସ ଲାଗୁ ନଥିଲେ ବି ସତ। ଏ ଘଟଣା ପୁଣି ଆଉ କେଉଁଠି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଥିବା ଉପଖଣ୍ଡ ଡାକ୍ତରଖାନାରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାରଙ୍କ ସମସ୍ତ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଗତକାଲି ରାତିରେ ଟଙ୍କଛାଇ ଗ୍ରାମର ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାରବର୍ଗ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ଆଣିଥିଲେ। ହେଲେ ବିସ୍ମୟକର କଥା, ସେତେବେଳେ ଉପଖଣ୍ଡ ଡାକ୍ତରଖାନାରେ ଜଣେ ମଧ୍ୟ ଡାକ୍ତର କି ନର୍ସ ନଥିଲେ। ଫଳରେ ସିକ୍ୟୁରିଟି ଗାର୍ଡ଼ ନିଜେ ରକ୍ତଚାପ ମପା ଯନ୍ତ୍ର ଧରି ଚିକିତ୍ସା କରିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍ ହେବାପରେ ଘଟଣା ନେଇ ଅଧିକ ଚର୍ଚ୍ଚା ଜୋର୍ ଧରିଛି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଏଭଳି ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!