Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ ବୟାନ

by ସଞ୍ଜୟ ସ୍ୱାଇଁ
August 18, 2021
in WORLD
କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ ବୟାନ
423
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନ ଦଖଲ ପରେ ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାରି ମଧ୍ୟରେ ମୁହଁ ଖୋଲିଛି ତାଲିବାନ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କାଶ୍ମୀର ପ୍ରସଙ୍ଗ ନେଇ ବୟାନ ଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ତାଲିବାନ କହିଛି, କାଶ୍ମୀର ଆମର ଏଜେଣ୍ଡା ନୁହେଁ। କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଅନ୍ତରିଣ ମାମଲା। କାବୁଲରେ ଥିବା ସବୁ ଦେଶର ଦୂତାବାସକୁ ସୁରକ୍ଷା ଦିଆଯିବ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ସେପଟେ, ତାଲିବାନ କାବୁଲ ଦଖଲ କରିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଦିଆଯାଇଛି। ଏଲଓସି ଠାରୁ ମାତ୍ର ୪୦୦ କିଲୋମିଟର ଦୂରରେ ରହିଛି ତାଲିବାନ। ପୂର୍ବରୁ କାନ୍ଧାର ହାଇଜାକ୍ ଘଟଣାରେ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କ ସହାୟତା ନେଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସତର୍କ ରହିଛି। ତାଲିବାନର ମୁଖପାତ୍ର ଆହୁରି କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ୟ୍ୟକଳାପ କରିବାକୁ ଦିଆଯିବ ନାହିଁ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ମତ ରଖି ପ୍ରବକ୍ତା କହିଛନ୍ତି ଯେ, ଇସଲାମ ଆଧାରରେ ମହିଳାଙ୍କ ଅଧିକାରର ସମ୍ପୂର୍ଣ୍ଣ ସୁରକ୍ଷା କରାଯିବ। ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ ସେକ୍ଟର ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଅଛି କାର୍ୟ୍ୟ କରିପାରିବେ। ମହିଳାଙ୍କ ବିରୋଧରେ କୌଣସ ଭେଦଭାବ କରାଯିବ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!