Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ

by ସଞ୍ଜୟ ସ୍ୱାଇଁ
August 18, 2021
in WORLD
ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ
266
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ତାଲିବାନଙ୍କ ହାତକୁ କ୍ଷମତା ଚାଲିଯିବା ପରେ ଥରହର ଆଫଗାନିସ୍ତାନ । ଲୋକଙ୍କ ଭିତରେ ଭାଳେଣି ପଡ଼ିଛି, ତାଲିବାନୀଙ୍କ ବର୍ବରତା ଭିତରେ କେମିତି ରହିବେ ସେଠାରେ । ତାଲିବାନୀ ରାଜ ପରେ ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ସେମାନେ କଣ କରିବେ, କୁଆଡ଼େ ଯିବେ ? ୧୩୦ ଯବାନଙ୍କ ଆଗରେ ଏବେ ଅନିଶ୍ଚିତତାର କଳା ପାହାଡ଼ ଠିଆ ହୋଇଛି । ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ୮୦ ଜଣ ଏବଂ ଚେନ୍ନାଇ ଓ ପୁଣେ ସ୍ଥିତ ଏକାଡେମୀରେ ଅନ୍ୟ ଆଫଗାନୀ କ୍ୟାଡେଟ୍ସ ଟ୍ରେନିଂ ନେଉଛନ୍ତି । ଏମାନଙ୍କର ଟ୍ରେନିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ଭାରତ ବହନ କରୁଛି । ୨୦୦୧ ପରେ ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣରେ ସହାୟତା କରି ଆସୁଛି ଭାରତ । ଏବେ ଆଫଗାନିସ୍ତାନ ସେନା ତାଲିବାନଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଏଭଳି ସ୍ଥିତିରେ ଭାରତରେ ଟ୍ରେନିଂ ନେଉଥିବା ୧୩୦ ଯବାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଛି । ସେମାନେ ନିଜ ନିଜ ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଭିତରେ ଅଛନ୍ତି । ଏମିତି ବି ହୋଇପାରେ ଏମାନେ ବି ସେଠାକୁ ଗଲେ ତାଲିବାନଙ୍କ ଶରଣ ପଶିବେ । କାରଣ ସେଠାକାର ଅଧିକାଂଶ ସୈନିକ ତାଲିବାନଙ୍କ ସହ ସାମିଲ ହୋଇଛନ୍ତି । ପ୍ରତିବର୍ଷ ହାରାହାରି ୭୦୦-୮୦୦ ଆଫଗାନିସ୍ତାନ ଯବାନ ଭାରତରେ ମିଲିଟାରୀ ଟ୍ରେନିଂ ନେଇ ଥାଆନ୍ତି । ଏମାନଙ୍କ ସହ ଭୁଟାନ୍, ବାଂଲାଦେଶ, ମିଆଁମାର, ତାଜିକିସ୍ତାନ, ଶ୍ରୀଲଙ୍କା, ଭିଏତନାମ୍ ଆଦି ଦେଶର ଯବାନଙ୍କୁ ଭାରତ ଟ୍ରେନିଂ ଦେଇଥାଏ । ଏମାନଙ୍କ ଭିତରେ ଆଫଗାନିସ୍ତାନ ଯବାନଙ୍କ ସଂଖ୍ୟା ଅଧିକ ରହୁଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!