Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

by ସଞ୍ଜୟ ସ୍ୱାଇଁ
August 18, 2021
in Feature News
ପାକିସ୍ତାନରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା
117
VIEWS
Share on FacebookShare on Twitter

ପାକିସ୍ତାନ,(ବାଘୁଆବାର୍ତ୍ତା):ପାକିସ୍ତାନର ଲାହୋରଠାରେ ପୁଣିଥରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଭଙ୍ଗାରୁଜା କରାଯାଇଥିବା ରିଜୱାନ ନାମକ ଜଣେ ବିଦେଶୀ ଯୁବକକୁ ଗିରଫ କରାଯାଇଛି। ପାକିସ୍ତାନୀ କଟ୍ଟରପନ୍ଥୀ ଗ୍ରୁପ ତହରିକ-ଲବ୍ବୈକ ୧୯ଶ ଶତାବ୍ଦୀର ଶିଖ ରାଜା ମହାରାଜ ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ତୃତୀୟ ଥର ପାଇଁ ଭାଙ୍ଗିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଆକ୍ରମଣକାରୀ ପ୍ରଥମେ ମହାରାଜ ରଣଜିତ ସିଂହଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ପରେ ପ୍ରତିମୂର୍ତ୍ତିକୂ ଭାଙ୍ଗି ତଳେ ପକାଇ ଦେଇଥିାଲ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟରରେ ଟିପ୍ପଣୀ ଦେଇଛନ୍ତି, ମୂର୍ଖମାନଙ୍କ ଏଭଳି କଦର୍ଯ୍ୟ କାର୍ଯ୍ୟ ଲଜ୍ଜାଜନକ। ବିଶ୍ବରେ ପାକିସ୍ତାନର ଛବି ବାସ୍ତବରେ ବିପଜ୍ଜନକ। ଏକ କଟ୍ଟରପନ୍ଥୀ ଦଳର ସଦସ୍ୟ ତହରିକ-ଏ-ଲବ୍ବୈକ ପାକିସ୍ତାନ (ଟିଏଲ୍‌ପି) ଲାହୋର କିଲ୍ଲାରେ ଥିବା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି। ପୂର୍ବରୁ ଦୁଇଥର ଏଭଳି କଦର୍ଯ୍ୟ ଭାବେ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିଲେ। ଟ୍ବିଟରରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ପ୍ରତିମୂର୍ତ୍ତିକୁ ଗୋଟିଏ ହାତରେ ପ୍ରହାର କରୁଥିବାବେଳେ ଅନ୍ୟ ହାତରେ ଭାଙ୍ଗୁଥିବା ଦୃଶ୍ୟମାନ ହେଉଛି। ୨୦୧୯ ଜୁନ୍‌ରେ ଲାହୋରରେ ‘ମାଈ ଜିନ୍ଦା’ ରାଜପ୍ରାସାଦରେ ଅନାବରଣ କରାଯାଇଥିବା ପ୍ରତିମୂର୍ତ୍ତିକୁ ୧୦୧୯ ଅଗଷ୍ଟ ମାସରେ କଟ୍ଟରପନ୍ଥୀ ଇସ୍‌ଲାମବାଦୀଙ୍କ ଦ୍ବାରା ଏବଂ ଗତବର୍ଷ ସେପ୍ଟେମ୍ବର ମାସରେ ଭଙ୍ଗା ଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!