Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମେରିକାର ମିଲିଟାରୀ କାର୍ଗୋ ବିମାନ ଗତକାଲି ଏହି ୬୪୦ ଜଣଙ୍କୁ କାବୁଲରୁ ଉଦ୍ଧାର କରିଥିଲା

by ସଞ୍ଜୟ ସ୍ୱାଇଁ
August 17, 2021
in WORLD
ଆମେରିକାର ମିଲିଟାରୀ କାର୍ଗୋ ବିମାନ ଗତକାଲି ଏହି ୬୪୦ ଜଣଙ୍କୁ କାବୁଲରୁ ଉଦ୍ଧାର କରିଥିଲା
113
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଉପରେ ଆପଣ ଦେଖୁଥିବା ଫଟୋ କୌଣସି ଶିବିରର ନୁହେଁ । ଏହା ଗୋଟିଏ ବିମାନ ଭିତରର ଫଟୋ । ଏକାଠୁ ଖୁନ୍ଦାଖୁନ୍ଦି ହୋଇ ଲୋକ ବସିଛନ୍ତି । ଏମାନେ ସମସ୍ତେ ତାଲିବାନରୁ ପଳାଉଥିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ଆସିଥିବା ଆମେରିକା ବାୟୁସେନା ବିମାନରେ ବସି ପଳାଉଛନ୍ତି । ଗୋଟିଏ ବିମାନରେ ଏକାଥରକେ ବସିଛନ୍ତି ୬୪୦ ଜଣ । ଏହି ଦୃଶ୍ୟ ବୟାନ କରୁଛନ୍ତି ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଲୋକ କେତେ ଭୟଭୀତ ଅଛନ୍ତି । ଆମେରିକାର ମିଲିଟାରୀ କାର୍ଗୋ ବିମାନ ଗତକାଲି ଏହି ୬୪୦ ଜଣଙ୍କୁ କାବୁଲରୁ ଉଦ୍ଧାର କରିଥିଲା । କୁହାଯାଇଛି ଏହି ବିମାନରେ କ୍ଷମତାଠାରୁ ବି ଅଧିକ ଲୋକ ବସିଥିଲେ । ସମସ୍ତେ କାତାର ଆସିଥିଲେ । ତାଲିବାନ ଦଖଲକୁ ଆଫଗାନ୍ତିସ୍ତାନ ଚାଲିଯିବା ପରେ ସେଠାରେ ଭୟଙ୍କର ସ୍ଥିତି । ତାଲିବାନୀଙ୍କ ନିର୍ୟାତନା ଓ ବର୍ବରତା ସହିବା ପୂର୍ବରୁ ଦେଶ ଛାଡ଼ି ପଳାଉଛନ୍ତି ଲୋକ । ତାଲିବାନ କାବୁଲକୁ କବଜା କରିବାର ୨୪ ଘଣ୍ଟା ଭିତରେ ଆଫଗାନିସ୍ତାନରୁ ଏମିତି ଚିତ୍ର ଆସୁଛି ଯାହା ସାରା ବିଶ୍ୱକୁ ବ୍ୟଥିତ ଓ ହତଚକିତ କରୁଛି । ବିଶେଷ କରି କାବୁଲ ଏୟାରପୋର୍ଟରେ ଭିଡ଼ କେହି କେବେ ଦେଖି ନଥିବେ । ସ୍ୱପ୍ନରେ ବି କେହି ଚିନ୍ତା କରି ନଥିବେ ଏମିତି ଛାତିଥରା ଦୃଶ୍ଟି କେବେ କାହା ନଜରରେ ପଡ଼ିବ । ବିମାନ ଭିତରେ ପଶିବାକୁ ଲୋକଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଲକ୍ଷ୍ୟ ଯେମିତି ବି ହେଉ ଆଫଗାନିସ୍ତାନରୁ ପଳାଇବେ । ପ୍ରାଣ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଧାଁ ଦୌଡ଼ ଭିତରେ କିଏ ପଳାଉଛି ତ କେହି ଅଟକି ପରବର୍ତ୍ତୀ ବିମାନକୁ ଅପେକ୍ଷା କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!