Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନ୍‌ କବଜାରେ ଆଫଗାନିସ୍ତାନ, ବାୟୁ ସେନାର C-17 ଗ୍ଲୋବମାଷ୍ଟର ବିମାନରେ ଫେରୁଛନ୍ତି ଭାରତୀୟ ଦୂତବାସର ସମସ୍ତ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
August 17, 2021
in WORLD
ତାଲିବାନ୍‌ କବଜାରେ ଆଫଗାନିସ୍ତାନ, ବାୟୁ ସେନାର C-17 ଗ୍ଲୋବମାଷ୍ଟର ବିମାନରେ ଫେରୁଛନ୍ତି ଭାରତୀୟ ଦୂତବାସର ସମସ୍ତ କର୍ମଚାରୀ
127
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ତାଲିବାନ୍‌ କବଜାରେ ଆଫଗାନିସ୍ତାନ। ବର୍ତ୍ତମାନ ଆଫଗାନିସ୍ତାନରେ ଭୟାବହ ସ୍ଥିତି। ତାଲିବାନର ଅତ୍ୟାଚାରକୁ ନଜରରେ ରଖି ଆଫଗାନୀବାସୀ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତବାସର ସମସ୍ତ କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସନୋ ବିମାନ ଆଫଗାନିସ୍ତାନରେ ପହଁଞ୍ଚିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦୂତବାସର ସମସ୍ତ କର୍ମଚାରୀ ଭାରତୀୟ ବାୟୁସେନା ବିମାନ ଯୋଗେ ଭାରତ ଫେରୁଥିବା ସୂଚନା ରହିଛି। ସମସ୍ତ ଜରୁରୀ କାଗଜ ପତ୍ରକୁ ସାଥିରେ ଧରି କାବୁଲ ବିମାନ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବିମାନ। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଉଛି। ଦିନ ୧ଟାରେ ବାୟୁ ସେନା ବିମାନଟି ହଂଡନ ଏୟାରବେସରେ ପହଁଞ୍ଚିବ ବୋଲି ଆକଳନ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କାବୁଲରେ ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଛି। ଯାହାକୁ ନଜରରେ ରଖି ଭାରତୀୟ ଦୂତବାସ କାର୍ଯ୍ୟାଳୟକୁ ସୋମବାରଠୁ ବନ୍ଦ କରାଯାଇଥିଲା। ଭାରତୀୟ ଅଧିକାରୀ ସ୍ବଦେଶ ଫେରିବା ପରେ ଆଫଗାନ୍‌ କର୍ମଚାରୀ କାର୍ଯ୍ୟାଳୟ ଦାୟିତ୍ବ ସମ୍ଭାଳିବେ ବୋଲି ସୂଚନା ରହିଛି। ଭାରତୀୟ ବାୟୁ ସେନା ବିମାନ ସି-୧୭ ଗ୍ଲୋବମାଷ୍ଟର କାବୁଲରେ ପହଁଞ୍ଚି ଦୂତବାସ କର୍ମଚାରୀ ଓ ଭାରତୀୟ ନାଗରିକଙ୍କୁ ନେଇ କାବୁଲରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ଖବର ସରବରାହ ସଂସ୍ଥା ANIରେ ପ୍ରକାଶିତ ଏକ ଖବର ଅନୁଯାୟୀ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସମସ୍ତଙ୍କୁ ଭାରତ ଫେରାଇ ଆଣିବାକୁ ଭାରତ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ସେହିପରି ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ପାଖାପାଖି ୧୨୦ ଜଣ ଭାରତୀୟ ଫସି ରହିଛନ୍ତି। ସମସ୍ତଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଭାରତ ଅଣାଯିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!