Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାବୁଲ ବିମାନବନ୍ଦରରୁ ଯାଉଥିବା ଉଡନ୍ତା ବିମାନରୁ ଖସି ପଡ଼ି ୩ ମୃତ

by ସଞ୍ଜୟ ସ୍ୱାଇଁ
August 16, 2021
in WORLD
କାବୁଲ ବିମାନବନ୍ଦରରୁ ଯାଉଥିବା ଉଡନ୍ତା ବିମାନରୁ ଖସି ପଡ଼ି ୩ ମୃତ
193
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଏବେ ଆଫଗାନିସ୍ତାନ ଛାଡିବାକୁ ଡହଳବିକଳ ଲୋକେ। ଯେଣତେଣ କରି ପ୍ରାଣ ବିକଳରେ ଦେଶ ଛାଡି ଚାଲିଯିବାକୁ ସେମାନେ ହୋଇଛନ୍ତି ପ୍ରସ୍ତୁତ। ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ସ୍ଥିତି ଭୟାବହ ହୋଇଛି। ଲୋକ ଯେଉଁ ଉପାୟରେ ମଧ୍ୟ ଦେଶ ଛାଡି ପଳାଉଛନ୍ତି। ଏହାରି ଭିତରେ ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ସେଠାକାର ୩ ଜଣ ବ୍ୟକ୍ତିଙ୍କୁ ତରବରିଆ ଭାବେ ବିମାନରେ ଚଢ଼ିବା ମହଙ୍ଗା ପଡିଛି। ଫଳରେ ବିମାନ ଉଡାଣ ବେଳେ ତଳେ ଖସିପଡି ଏହି ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା। ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାରରେ ଝୁଲି ରହି ବିମାନରେ ଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ପତନ ସହିତ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ଲୋମଟାଙ୍କୁରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ୟ୍ୟନ୍ତ ସୂଚନା ମିଳିନାହିଁ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଏବେ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନୀ ଶାସନରୁ ମୁକ୍ତି ପାଇବା ପାଇଁ ଲୋକେ ଦେଶ ଛାଡି ଯିବାକୁ ମନସ୍ଥ କରିଛନ୍ତି। ସେମାନଙ୍କ ଲାଗି ଦେଶ ଝାଡି ଯିବାର ଗୋଟିଏ ମାତ୍ର ରାସ୍ତା ହେଲା ଆକଶ ମାର୍ଗ। ଏଥିପାଇଁ ଲୋକେ କାବୁଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ ଜମାଉଛନ୍ତି। ପ୍ରବଳ ଭିଡ ଯୋଗୁଁ କାବୁଲ ବିମାନମନ୍ଦରରେ ଆଉ ପାଦ ରଖିବାକୁ ମଧ୍ୟ ଜାଗ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!