ପାଟଣାଗଡ଼, (ବାଘୁଆବାର୍ତ୍ତା): ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିଛି । ଖବର ଅନୁଯାୟୀ, ପାଟଣାଗଡ଼ ଧୁବଲପଡା ଗାଁର ଘରେ ଦେଶୀ ମଦ ବିକ୍ରି କରୁଥିବା ବିଶେଷ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗ କୁଳମଣି ଘରେ ଚଢାଉ କରିଥିଲେ । ଏହି ଚଢଉ ସମୟରେ କୁଳମଣିଙ୍କ କିଛି ଲୋକ ଗାଡି ଉପରକୁ ଟେକା ପଥର ମାରିବା ସହ ଆକ୍ରମଣ କରିଥିଲେ । ଏହାପରେ ଅବକାରୀ ବିଭାଗ କୁଳମଣିକୁ କାବୁ କରି ଘରୁ ବିପୁଳ ପରିମାଣର ଦେଶୀ ମଦ ଓ ପାଉଚ ଜବତ କରିଛି। ସେହିପରି ଭଇଷା ପଞ୍ଚାୟତର ଭାଲୁଜୁରି ଗାଁର ମନବୋଧଙ୍କ ଘରେ ଚଢାଉ କରି ଦେଶୀ ମଦ ଓ ପାଉଚ ଜବତ କରିଥିଲେ । ମନବୋଧ ଓ କୁଳମଣିକୁ ପିରଫ କରି କୋର୍ଟକୁ ପଠେଇ ଦେଇଛି ।





